ବିଶ୍ବ ମାତୃ ଦିବସ ଅବସରରେ ମାଗଣା ସ୍ୱାସ୍ଥ୍ୟସେବା

You are currently viewing ବିଶ୍ବ ମାତୃ ଦିବସ ଅବସରରେ ମାଗଣା ସ୍ୱାସ୍ଥ୍ୟସେବା

ଅନୁଗୁଳ: ଥର୍ମାଲ ନିକଟସ୍ଥ ଏସ୍ଏସ୍ ହସ୍ପିଟାଲ ପକ୍ଷରୁ ବିଶ୍ଵ ମାତୃ ଦିବସ ପାଳନ ଅବସରରେ ମାଗଣା ସ୍ୱାସ୍ଥ୍ୟ ସେବା ଶିବିର ଅନୁଷ୍ଠିତ ହୋଇଯାଇଛି। ଅସହାୟ ଗରିବ ବୃଦ୍ଧ ବୃଦ୍ଧାମାନଙ୍କର ସ୍ବାସ୍ଥ୍ୟ ପରୀକ୍ଷା କରାଯାଇଥିଲା। ସେହିପରି ଡାକ୍ତରଖାନାରେ ମାତୃତ୍ଵ ଲାଭ କରିଥିବା ମହିଳାମାନଙ୍କୁ ଉପହାର ପ୍ରଦାନ କରାଯାଇଛି। ଡାକ୍ତର ସସ୍ମିତା ସାହୁଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ କର୍ମଚାରୀ ଓ ଡାକ୍ତର ସହଯୋଗ କରିଥିଲେ। ଡାକ୍ତରୀ ଛାତ୍ର ସିଦ୍ଧାନ୍ତ ପୃଷ୍ଟି ସ୍ଵାଗତ ଭାଷଣ ଦେଇଥିବା ବେଳେ ସୁଭଦ୍ରା ସାହୁ, ସସ୍ମିତା ପଣ୍ଡା, ମୋନାଲିସା ମହାନ୍ତି ପ୍ରମୁଖ ଏହି ଦିବସ ପାଳନର ମହତ୍ତ୍ବ ଉପରେ ଆଲୋକପାତ କରିଥିଲେ । ସୁସ୍ଥ ରାଷ୍ଟ୍ର ଗଠନରେ ମା’ର ଭୂମିକା ସମ୍ପର୍କରେ ଆଲୋଚନା ଅନୁଷ୍ଠିତ ହୋଇଥିଲା। ସୁବାସ ଚନ୍ଦ୍ର ପୃଷ୍ଟି ଧନ୍ୟବାଦ ପ୍ରଦାନ କରିଥିଲେ।

Share

Leave a Reply