ରୋଟାରୀ କ୍ଲବ ରୟାଲ ଓ ଆପୋଲୋ ହସ୍ପିଟାଲ ପକ୍ଷରୁ ମାଗଣା ସ୍ୱାସ୍ଥ୍ୟ ପରୀକ୍ଷା, ଉପକୃତ ହେଲେ ୩୦୧ ରୋଗୀ

You are currently viewing ରୋଟାରୀ କ୍ଲବ ରୟାଲ ଓ ଆପୋଲୋ ହସ୍ପିଟାଲ ପକ୍ଷରୁ ମାଗଣା ସ୍ୱାସ୍ଥ୍ୟ ପରୀକ୍ଷା, ଉପକୃତ ହେଲେ ୩୦୧ ରୋଗୀ

ଅନୁଗୁଳ: ସ୍ଥାନୀୟ ରୋଟାରୀ କ୍ଲବ ରୟାଲ ଓ ଆପୋଲୋ ହସ୍ପିଟାଲର ମିଳିତ ସହଯୋଗରେ ରବିବାର ପୋକତୁଙ୍ଗା ହାଇସ୍କୁଲ ପରିସରରେ ମାଗଣା ସ୍ୱାସ୍ଥ୍ୟ ପରୀକ୍ଷା ଏବଂ ସଚେତନତା ଶିବିର ଅନୁଷ୍ଠିତ ହୋଇଛି। ରୋଟାରୀ କ୍ଲବ ରୟାଲର ସଭାପତି ରୋଟାରିଆନ ଅଶୋକ ମାଣ୍ଡୋଠିଆ ଓ ସଂଯୋଜକ ଡା. କୁମାର ସୌମ୍ୟକାନ୍ତ ବିଶୋଇଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ଶିବିରରେ ଡା. ପ୍ରଭାତ କୁମାର ପଣ୍ଡା, ଡା. ବିଶ୍ୱଜିତ ସାମଲ, ଡା. ଦେବାଶିଷ ପ୍ରଧାନଙ୍କ ସମେତ ଆପୋଲୋ ହସ୍ପିଟାଲର ଡା. ପ୍ରେମାନନ୍ଦ ପଟ୍ଟନାୟକ, ଡା. ଗୋବିନ୍ଦ ନାୟକ, ଡା. ବିଜୟ ସାହୁ ଲୋକଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିଥିଲେ।

ଶିବିରରେ ମୋଟ୍ ୩୦୧ ଜଣଙ୍କ ନିଃଶୁଳ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଛି। ଡାକ୍ତରମାନଙ୍କ ସହାୟତାରେ ଲୋକଙ୍କର ରକ୍ତଚାପ, ରକ୍ତ ଶର୍କରା ଏବଂ ଇସିଜି ଆଦି କରାଯାଇଥିଲା।ବିଶେଷ କରି ଚର୍ମରୋଗ, ହୃଦରୋଗ, ଅସ୍ଥିଶଲ୍ୟ, ମଧୁମେହ ଏବଂ ଉଚ୍ଚ ରକ୍ତଚାପ ଜନିତ ରୋଗୀ ମାନେ ଏ ଅବସରରେ ଅଧିକ ଉପକୃତ ହୋଇଥିଲେ। ରୋଗୀଙ୍କୁ ମାଗଣାରେ ଔଷଧ ମଧ୍ୟ ପ୍ରଦାନ କରାଯାଇଥିଲା।

ରୋଟାରୀ କ୍ଲବ ରୟାଲ ତରଫରୁ ମୁରାରୀ ଲାଲ ଅଗ୍ରୱାଲ, ରାଜେଶ ସରଳିଆ, ଅନୀଲ ଗୁପ୍ତା, ମଧୁ ଗୁପ୍ତା, ଡା. ମାଇକେଲ ଜନ, ମିଲନ କୁମାର ଅଗ୍ରୱାଲ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ। ଏ ଅବସରରେ ରୋଟାରୀ କ୍ଲବ ପକ୍ଷରୁ ସ୍କୁଲ ପରିସରରେ ଏକ ଥଣ୍ଡା ପାନୀୟ ଜଳ ପ୍ରକଳ୍ପ ମଧ୍ୟ ଉଦଘାଟନ କରାଯାଇଥିଲା। ଶେଷରେ ସମ୍ପାଦକ ରୋଟାରିଆନ ଅମ୍ବିକା ପ୍ରସାଦ ସାହୁ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

Share

Leave a Reply