ଜୁଆଖେଳି ୭ ଗିରଫ: ୪୩ ହଜାର ୪୯୦ ଟଙ୍କା ଜବତ

You are currently viewing ଜୁଆଖେଳି ୭ ଗିରଫ: ୪୩ ହଜାର ୪୯୦ ଟଙ୍କା ଜବତ

ତାଳଚେର: ତାଳଚେର କୋଲିୟରୀ ପୋଲିସ ବିଶେଷ ସୂତ୍ରରୁ ଖବର ପାଇ ମଙ୍ଗଳବାର ବିଳମ୍ବିତ ରାତିରେ ଘଂଟପଡ଼ା ହାଇସ୍କୁଲ ଖେଳପଡ଼ିଆରୁ ୭ ଜଣ ଜୁଆଖେଳାଳିଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।

ଆଇଆଇସିଙ୍କ ନିର୍ଦ୍ଦେଶକ୍ରମେ ଏସଆଇ ବିପୁଲ ନାୟକଙ୍କ ନେତୃତ୍ୱରେ ଗଠିତ ଟିମ୍ ତାଳଚେର ବ୍ଲକ ଅନ୍ତର୍ଗତ ଘଂଟପଡ଼ା ଖେଳପଡ଼ିଆରେ ଚଢ଼ାଉ କରି ସିଲୁ ସାହୁ (୩୦), ପଟ୍ଟାୟତ ସାହୁ (୪୮), ଶ୍ରୀମତ ସାହୁ (୪୩), ଶରତ ବିଶ୍ୱାଳ, ସହଦେବ ସାହୁ (୪୫), ଅଭୟ ସାହୁ (୪୦) ଓ ନାରାୟଣ ପଟ୍ଟନାୟକ (୨୯)ଙ୍କୁ ଗିରଫ କରିଛି।

ଗିରଫ ଅଭିଯୁକ୍ତମାନଙ୍କ ଠାରୁ ନଗଦ ୪୩ ହଜାର ୪୯୦ ଟଙ୍କା, ୧୦୪ଟି ପ୍ଲେଇଙ୍ଗ କାର୍ଡ, ଗୋଟିଏ ରିଚାର୍ଜ ବଲ୍, ଗୋଟିଏ ଜରିପାଲ, ୧୧ଟି ମୋବାଇଲ ଫୋନ୍ ଓ ୩ଟି ମଟରସାଇକଲ ଜବତ ହୋଇଛି।

Share

Leave a Reply