ଅନୁଗୁଳ: ଅନୁଗୁଳର ବିଭିନ୍ନ ସ୍ଥାନରେ ରବିବାର ମହାତ୍ମା ଗାନ୍ଧୀଙ୍କ ୭୫ ତମ ମହାପ୍ରୟାଣ ଦିବସ ପାଳିତ ହୋଇଯାଇଛି। ଗାନ୍ଧୀ ଶାନ୍ତି ପ୍ରତିଷ୍ଠାନ ପକ୍ଷରୁ ଗାନ୍ଧୀ ପାର୍କଠାରେ ଏକ ପ୍ରାର୍ଥନା ସଭା ଅନୁଷ୍ଠିତ ହୋଇଥିଲା। ଏଥିରେ ପ୍ରତିଷ୍ଠାନର ସଭାପତି ଆଇନଜୀବି ଶରତ କୁମାର ସାହୁ, ସମ୍ପାଦକ ପ୍ରସନ୍ନ କୁମାର ଦାଶ, ସ୍ୱେଚ୍ଛ।ସେବୀ ଆଦ୍ୟାଶ୍ଳୋକ ମିଶ୍ର, ବିଦ୍ୟା ନାଏକ ପ୍ରମୁଖ ଯୋଗ ଦେଇ ଗାନ୍ଧୀ ବିଚାର ଧାରାର ବିଶ୍ଳେଷଣ କରିଥିଲେ। ସେହିପରି ରାଣୀଗୋଡ଼। ପ୍ରାଥମିକ ବିଦ୍ୟାଳୟ ପରିସରରେ ଶହୀଦ ଦିବସ ପାଳିତ ହୋଇଥିଲା। ମୋ ସ୍କୁଲ ଅଭିଯାନର ସଭାପତି ପୂର୍ଣ୍ଣଚନ୍ଦ୍ର ସିଂହସାମନ୍ତ ଏବଂ ତ୍ରେତାନନ୍ଦ ସାମନ୍ତ ପ୍ରମୁଖ ଯୋଗ ଦେଇ ସତ୍ୟ ଅହିଂସା ଦ୍ଵାରା ଗାନ୍ଧୀ କିଭଳି ଦେଶ ପାଇଁ ସ୍ୱାଧୀନତା ଆଣିଦେଇଥିଲେ ତାହା ବର୍ଣ୍ଣନା କରିଥିଲେ। ଗିରିଶ ବେହେରା କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ।
ବିଭିନ୍ନ ସ୍ଥାନରେ ଗାନ୍ଧୀ ମହାପ୍ରୟାଣ ଦିବସ
- Post published:January 30, 2022
- Post category:ଅନ୍ୟାନ୍ୟ
- Post comments:0 Comments
- Post author:Biswaranjan Pattnaik
Tags: Angul


