ବେଙ୍ଗାଲୁରୁରେ ଗଣପତିଙ୍କ ପୂଜା କଲା ଓଡ଼ିଆ ୟୁଥ୍ କମିଟି, ମନୋରଞ୍ଜନ କଲେ ଓଡ଼ିଆ କଳାକାର

You are currently viewing ବେଙ୍ଗାଲୁରୁରେ ଗଣପତିଙ୍କ ପୂଜା କଲା ଓଡ଼ିଆ ୟୁଥ୍ କମିଟି, ମନୋରଞ୍ଜନ କଲେ ଓଡ଼ିଆ କଳାକାର

ଅନୁଗୁଳ: ପ୍ରତିବର୍ଷ ପରି ଚଳିତବର୍ଷ ମଧ୍ୟ ବେଙ୍ଗାଲୁରୁ ସ୍ଥିତ ଓଡ଼ିଆ ୟୁଥ୍ କମିଟି ତରଫରୁ କୁନ୍ଦନାହାଲି ଠାରେ ଗଣେଶ ପୂଜା ବେଶ୍ ଧୁମ୍ ଧାମରେ ପାଳିତ ହୋଇଛି। ଦୀର୍ଘ ଦୁଇ ବର୍ଷ ପରେ କରୋନା କଟକଣା କୋହଳ ହୋଇଥିବାରୁ କାର୍ଯ୍ୟକ୍ରମରେ ୧୦ ହଜାରରୁ ଅଧିକ ପ୍ରବାସୀ ଓଡ଼ିଆ ଯୋଗ ଦେଇଥିଲେ।

ପୂଜା ସନ୍ଧ୍ୟାରେ ଆୟୋଜିତ ସାଂସ୍କୃତିକ କାର୍ଯ୍ୟକ୍ରମରେ ଓଡ଼ିଶାରୁ ଯାଇଥିବା କଳାକାର ଶୈଳେନ୍ଦ୍ର ସାମନ୍ତରାୟ,ପାର୍ଥ ରାୟ, ଅନନ୍ୟା ମିଶ୍ର, ବୈଶାଳୀ, ପ୍ରଜ୍ଞା ହୋତା, ଆଶୁତୋଷ ମହାନ୍ତି, ଅବିନାଶ ଦାସ ଓ ରୋଜଲିନ ପଟ୍ଟନାୟକ ପ୍ରମୁଖ ସଙ୍ଗୀତ ଓ ନୃତ୍ୟ ପରିବେଷଣ କରିଥିଲେ। ହାଲର ସିଇଓ ମିହିର କାନ୍ତ ମିଶ୍ର ମୁଖ୍ୟ ଅତିଥିଭାବେ ଯୋଗ ଦେଇ ସାଂସ୍କୃତିକ କାର୍ଯ୍ୟକ୍ରମକୁ ଉଦଘାଟନ କରି ବକ୍ତବ୍ୟ ରଖିଥିଲେ। ଅନ୍ୟତମ ଅତିଥିଭାବେ ବିଶିଷ୍ଟ ଲେଖିକା ସୁଲଗ୍ନା ମହାନ୍ତି, ପ୍ରମୁଖ ବିଲଡର ସଂସ୍ଥା ଗ୍ରୁପ ଜିର ମାଲିକ ଆଶିଷ ଗର୍ଗ ଯୋଗ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ଟାଇଟଲ ସ୍ପନସର ଜି ଗ୍ରୁପ ପକ୍ଷରୁ ୫୦ ହଜାର ମୂଲ୍ୟର ଲଟେରୀର ମଧ୍ୟ ଆୟୋଜନ କରାଯାଇଥିଲା।

ଓଡ଼ିଆ ୟୁଥ୍ କମିଟିର ପ୍ରତିଷ୍ଠାତା ସଦସ୍ୟ ତଥା ଅଧ୍ୟକ୍ଷ ସଂଗ୍ରାମ ମହାପାତ୍ର ସ୍ବାଗତ ଭାଷଣ ଦେଇଥିବା ବେଳେ ଅନ୍ୟ ପ୍ରତିଷ୍ଠାତା ସଦସ୍ୟ ଲକ୍ଷ୍ମୀ ନାରାୟଣ ମହାନ୍ତି, ଅରୁଣ ରାଉତରାୟ, ସୁଶାନ୍ତ ଷଡ଼ଙ୍ଗୀ, ସୌରଭ ସାହୁ, ଶୁଭକାନ୍ତ ରାଉତ, ରାଜେଶ ପତ୍ରୀ, ଦେବବ୍ରତ ହୋତା, କମଳାକର ସେନାପତି, ମାନସ ଦାସ, ସତ୍ୟ ଦାସ, ଦେବବ୍ରତ ଦାସ, ଅମରେଶ ନାୟକ, ଚିରଞ୍ଜିବୀ ସ୍ୱାଇଁ, ନିର୍ମାଣ ନନ୍ଦ ପ୍ରମୁଖ ଯୋଗ ଦେଇଥିଲେ।

Share

Leave a Reply