ଛେଣ୍ଡିପଦା: ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବ୍ଲକ ଅନ୍ତର୍ଗତ ବ୍ରାହ୍ମଣବିଲ ଗ୍ରାମରେ ପ୍ରଭୁ ଗଜାନନଙ୍କ ଭସାଣି ଉତ୍ସବ ଭକ୍ତିପୂର୍ଣ୍ଣ ପରିବେଶରେ ପାଳିତ ହୋଇଯାଇଛି। ଗ୍ରାମର ୭ଟି ମେଢ଼କୁ ନେଇ ଅପରାହ୍ନ ୩ଟାରୁ ବନ୍ଧସାହିରୁ ଭସାଣି ଶୋଭାଯାତ୍ରା ଆରମ୍ଭ ହୋଇ ସନ୍ଧ୍ୟା ୬ଟା ସମୟରେ ମେଲଣ ପଡ଼ିଆରେ ପହଞ୍ଚିଥିଲା। ଏହାପରେ ଶ୍ରୀ ଗଣେଶଙ୍କ ଆଜ୍ଞା ଲଡୁ ନିଲାମ ଅନୁଷ୍ଠିତ ହୋଇଥିଲା, ଯେଉଁଥିରେ ବରମୁଣ୍ଡା ଗଣେଶ ପୂଜା କମିଟି ୬୦,୫୦୦ ଟଙ୍କାରେ ଲଡୁ ନିଲାମ ନେଇଥିଲେ।
ଉତ୍ସବରେ ମୁଖ୍ୟ ଅତିଥି ଭାବେ ଛେଣ୍ଡିପଦା ବିଧାୟକ ଆଗସ୍ତି ବେହେରା, ସମ୍ମାନିତ ଅତିଥି ଭାବେ ଜିଲ୍ଲା ପରିଷଦ ଯଶୋବନ୍ତ ପ୍ରସାଦ ବେହେରା, ପଞ୍ଚାୟତ ସରପଞ୍ଚ ଲକ୍ଷ୍ମୀପ୍ରିୟା ଧଳ, ସମିତି ସଭ୍ୟା ମୀନତି ସାହୁ, ଗ୍ରାମର ସଭାପତି ରବୀନ୍ଦ୍ର ପ୍ରଧାନ, ସମ୍ପାଦକ କାଳୀଚରଣ ବେହେରା, କନ୍ଦର୍ପ ପ୍ରଧାନ, ସରୋଜ କୁମାର ଲେଙ୍କା, ମେଲଣ କମିଟି ସଭାପତି ବିକାଶ ପ୍ରଧାନ ଓ ସମ୍ପାଦକ ଚେତନ ସାହୁ ଯୋଗ ଦେଇଥିଲେ।
ଏହାସହ ସୁନିଲ ନାଏକ, ଗୋପବନ୍ଧୁ ସାହୁ, ରାମଚନ୍ଦ୍ର ସାହୁ, ଲିକୁନ ସାହୁ, ସୌମ୍ୟରଂଜନ ସାହୁ, କେଶବାନନ୍ଦ ସାହୁ, ସିପୁନ ଦେହୁରୀ, କାହ୍ନା ସାହୁ, ସିପୁନ ପ୍ରଧାନ, ପୁଷ୍ପରାଜ ପ୍ରଧାନ, ସଂଗ୍ରାମ କେଶରୀ ପ୍ରଧାନ, ଶୁଭମ ପ୍ରଧାନ, ସିଦ୍ଧାନ୍ତ ବେହେରା, ନଗେନ ସାହୁ, ସୁଶାନ୍ତ ପ୍ରଧାନ, ଜଳିଆ ଗୋଚ୍ଛାୟତ, ନାରାୟଣ ଗୋଚ୍ଛାୟତ, ବାଇଧର ନାଏକ, ସୁଶାନ୍ତ ନାଏକ ପ୍ରମୁଖ ମେଲଣ ପରିଚାଳନାରେ ସହଯୋଗ କରିଥିଲେ।