୬ ଜଣିଆ ଲୁଟେରା ଗ୍ୟାଙ୍ଗକୁ କାବୁ କଲା ଅନୁଗୁଳ ପୋଲିସ, ଟ୍ରକ ଚାଳକଙ୍କୁ ଅଟକାଇ କରିଥିଲେ ଲୁଟପାଟ

0

ଅନୁଗୁଳ: ଅନୁଗୁଳ ପୋଲିସକୁ ବଡ଼ ସଫଳତା। ଅନୁଗୁଳ ଟାଉନ୍ ଥାନା ପୋଲିସ୍ ଏକ ୬ ଜଣିଆ ଲୁଟେରା ଗ୍ୟାଙ୍ଗଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ମାନେ ହେଲେ, ଅମଲାପଡ଼ା ମୁସଲିମସାହିର ଏସ କେ ଅନିସ୍ , ରାଜକିଶୋରପଡ଼ାର ଶେଖ୍ ଜବିର, ଶେଖ ଆବିଦ, ମିର ହାସିମ୍, ଶିମିଳିପଡାର ଶେଖ୍ ମୁନା ଓ ରାଜକିଶୋରପଡ଼ାର ପ୍ରକାଶ ବେହେରା। ସେମାନଙ୍କ ଠାରୁ ୩୩ ଶହ ଟଙ୍କା, ଗୋଟିଏ ଲୁହା ରଡ, ଗୋଟିଏ ଛୁରୀ ଓ ୨ଟି ଚୋରା ମୋବାଇଲ୍ ଜବତ କରାଯାଇଛି।

ସୂଚନା ମୁତାବକ, ଗତ ଶୁକ୍ରବାର ରାତିରେ ଛେଣ୍ଡିପଦାର ଉତ୍କଳ ଡି କୋଇଲା ଖଣିରୁ ନାଲ୍‌କୋକୁ କୋଇଲା ଚାଲାଣ କରୁଥିବା ଜଣେ ଟିପ୍ପର ଚାଳକ ଓ ଅନ୍ୟ ଜଣେ ଟ୍ରଲର ଚାଳକ ଦୁର୍ଲ୍ଲଭ ଲୁଟପାଟର ଶିକାର ହୋଇଥିଲେ। ମାରଣାସ୍ତ୍ର ଦେଖାଇ ଉଭୟଙ୍କୁ ଭୟଭୀତ କରାଇବା ସହ ନିର୍ଦ୍ଧୁମ ମାଡ଼ ମାରି ଲୁଟେରା ଟଙ୍କା ଓ ମୋବାଇଲ୍ ଛଡ଼ାଇ ନେଇଥିଲେ। ଏନେଇ ଟାଉନ ଥାନାରେ ଲିଖିତ ଅଭିଯୋଗ ପରେ ପୋଲିସ ଏମାନଙ୍କୁ ଖୋଜୁଥିଲା। ଏମାନେ ପୂର୍ବରୁ ବି ଏଭଳି ଅନେକ ଲୁଟ କରିଥିବା ଥାନା ଅଧିକାରୀ ଧୀରେଶ କୁମାର ଦାସ ସୂଚନା ଦେଇଛନ୍ତି।

Leave A Reply

Your email address will not be published.

error: Content is protected !!