ଅନୁଗୁଳରେ ଖୋଲିଲା ଅତ୍ୟାଧୁନିକ ଲଣ୍ଡରି ଓ ଡ୍ରାଏ କ୍ଲିନ୍ ଟମ୍ବଲ ଡ୍ରାଏ

You are currently viewing ଅନୁଗୁଳରେ ଖୋଲିଲା ଅତ୍ୟାଧୁନିକ ଲଣ୍ଡରି ଓ ଡ୍ରାଏ କ୍ଲିନ୍ ଟମ୍ବଲ ଡ୍ରାଏ

ଅନୁଗୁଳ : ଅନୁଗୁଳରେ ଖୋଲିଲା ଅତ୍ୟାଧୁନିକ ଲଣ୍ଡରି ଓ ଡ୍ରାଏ କ୍ଲିନ୍ ଟମ୍ବଲ ଡ୍ରାଏ। ସାରା ଦେଶରେ ଟମ୍ବଲ୍ ଡ୍ରାଏର ୪୦୦ରୁ ଅଧିକ ଆଉଟ୍‌ଲେଟ୍‌ ରହିଥିବା ବେଳେ ଶିଳ୍ପନଗରୀ ଅନୁଗୁଳରେ ପ୍ରଥମ ଥର ପାଇଁ ଗାନ୍ଧିମାର୍ଗ ସ୍ଥିତ ପ୍ରଫୁଲ୍ଲ ମିଶ୍ର କମ୍ପ୍ଲେକ୍ସ ସାମ୍ନାରେ ନୂଆ ବ୍ରାଞ୍ଚ୍ ଖୋଲିଛି।

କାର୍ତ୍ତିକ ପୂର୍ଣ୍ଣିମାରେ ଆଜି ପ୍ରୋପାଇଟର୍ ରେଣୁକା ବେହେରା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏହାକୁ ଉଦ୍‌ଘାଟନ କରିଥିଲେ। ସମ୍ମାନିତ ଅତିଥି ଭାବେ ରୋଟାରୀ କ୍ଲବର ଡାକ୍ତର ମାଇକେଲ୍ ଜନ୍, ଅଶୋକ ମାଠିଆ, ମୁରାରିଲାଲ୍ ଅଗ୍ରୱାଲ, ପରିଚାଳକ ଟୁନା ବେହେରା ପ୍ରମୁଖ ଉପସ୍ଥିତ ଥିଲେ। ଟମ୍ବଲ୍ ଡ୍ରାଏରେ ଡ୍ରାଏ ଓ୍ବାଶ୍ ସହିତ ଲଣ୍ଡରି, ଷ୍ଟିମ୍ ଆଇରନ୍, ଜୋତା କ୍ଲିନି, କାର୍ପେଟ, ପରଦା ଆଦି କ୍ଲିନିଂ ସେବା ଉପଲବ୍ଧ ହେବ। ୱାଶ୍ ଓ ଷ୍ଟିମ୍ ଆଇରନ୍ କିଲୋ ପିଛା ମାତ୍ର ୧୦୦ ଟଙ୍କା ରହିଥିବା ବେଳେ କେବଳ ଷ୍ଟାସ୍‌ ପାଇଁ କିଲୋ ପିଛା ୭୦ ଟଙ୍କା ରହିଛି। ଗ୍ରାହକଙ୍କୁ ଆକୃଷ୍ଟ କରିବା ପାଇଁ ପ୍ରିପେଡ୍ ସୁବିଧା ରହିଛି।

ପ୍ୟାକେଜ୍‌ ଅନୁଯାୟୀ, ସ୍ଵତନ୍ତ୍ର ରିହାତି ରହିଛି। ପ୍ରତିଷ୍ଠାନ ପକ୍ଷରୁ ହୋମ୍ ଡେଲିଭରି ସୁବିଧା ମଧ୍ୟ ରଖାଯାଇଛି। ୩୫୦ ଟଙ୍କାରୁ ଊର୍ଦ୍ଧ୍ବ ଟଙ୍କାର ୱାସ୍ ହେଲେ ଡେଲିଭରି ମାଗଣା ହୋଇଥିବା ବେଳେ ୩୫୦ ଟଙ୍କାରୁ କମ୍ ହେଲେ ଡେଲିଭରି ପିଛା ୫୦ ଟଙ୍କା ଡେଲିଭରି ଚାର୍ଜ ଦେବାକୁ ହେବ। ଅର୍ଡରର ୪୮ରୁ ୭୨ ଘଣ୍ଟା ମଧ୍ୟରେ ଡେଲିଭରି ଦିଆଯିବ ବୋଲି ପରିଚାଳକ ଟୁନା ଚେହେରା ସୂଚନା ଦେଇଛନ୍ତି।

Share

Leave a Reply