ଅନୁଗୁଳ ପୋଲିସ କବ୍‌ଜାରେ ଲୁଟେରା ଗ୍ୟାଙ୍ଗ: ରଥ ଯାତ୍ରାରେ ଚେନ୍ ଚୋରି କରୁଥିବା ୪ ଜଣ ଗିରଫ

0

ଅନୁଗୁଳ : ରଥ ଯାତ୍ରାରେ ଚେନ୍ ଚୋରି କରୁଥିବା ଏକ ଗ୍ୟାଙ୍ଗର ୪ ଜଣଙ୍କୁ ଗିରଫ କରିଛି ଅନୁଗୁଳ ଥାନା ପୋଲିସ। ଗିରଫ ବ୍ୟକ୍ତିମାନେ ହେଲେ ପଶ୍ଚିମବଙ୍ଗ ହୁଗୁଳି ଜିଲ୍ଲାର ପରେଶ୍‌ ମାଲି, କାଜଲ ଦାସ, ମନୁ ସ୍ବାମୀ ଓ ରେଖା ସ୍ବାମୀ। ସେମାନଙ୍କୁ କୋର୍ଟ ଚାଲାଣ କରାଯାଇଛି।

ସୂଚନା ମୁତାବକ, ରଥଯାତ୍ରା ଦିନ ଅପରାହ୍ନରେ ରଥ ଟଣା ଚାଲିଥିବା ବେଳେ କୋର୍ଟ ସମ୍ମୁଖରେ ସୁଭଦ୍ରାଙ୍କ ରଥ ଟାଣୁଥିବା ଜଣେ ମହିଳାଙ୍କ ବେକରୁ ସୁନା ଚେନ ଝିଙ୍କି ନେଇ ଜଣେ ଦୁର୍ବୃତ୍ତ ପଳାଇଯାଇଥିଲା। ଏ ନେଇ ମହିଳା ଥାନାରେ ଅଭିଯୋଗ ହେଲା ପରେ ପୋଲିସ ତୁରନ୍ତ ଛାନଭିନ କରି ଅନୁଗୁଳ ରେଳ ଷ୍ଟେସନରେ ସନ୍ଦିଗ୍ଧ ଭାବେ ବୁଲୁଥିବା ଲୁଟେରା ଗ୍ୟାଙ୍ଗର ୪ ଜଣଙ୍କୁ କାବୁ କରିଥିଲା। ତଦନ୍ତରୁ ଜଣାଗଲା ଯେ ସେମାନେ ଏକାଧିକ ମହିଳାଙ୍କ ଠାରୁ ଲୁଟ ପାଟ କରିଛନ୍ତି। ସେମାନଙ୍କ ନିକଟରୁ ଆହୁରି ଅନେକ ଅଳଙ୍କାର ମଧ୍ୟ ଜବତ ହୋଇଛି। ପୋଲିସ ସେମାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।

Leave A Reply

Your email address will not be published.

error: Content is protected !!