କଳିଙ୍ଗ କ୍ଷେତ୍ର ଡି.ଏ.ଭି ପବ୍ଲିକ୍ ସ୍କୁଲର ୨୯ତମ ପ୍ରତିଷ୍ଠା ଉତ୍ସବ: ଶ୍ରେଷ୍ଠ ଛାତ୍ରଛାତ୍ରୀଙ୍କୁ ସମ୍ମାନିତ କରିବା ସହ ବୃକ୍ଷରୋପଣ ଓ ରକ୍ତଦାନ ଶିବିର ଆୟୋଜିତ

You are currently viewing କଳିଙ୍ଗ କ୍ଷେତ୍ର ଡି.ଏ.ଭି ପବ୍ଲିକ୍ ସ୍କୁଲର ୨୯ତମ ପ୍ରତିଷ୍ଠା ଉତ୍ସବ: ଶ୍ରେଷ୍ଠ ଛାତ୍ରଛାତ୍ରୀଙ୍କୁ ସମ୍ମାନିତ କରିବା ସହ ବୃକ୍ଷରୋପଣ ଓ ରକ୍ତଦାନ ଶିବିର ଆୟୋଜିତ

ତାଳଚେର: ଏମ.ସି.ଏଲ.,କଳିଙ୍ଗ କ୍ଷେତ୍ରସ୍ଥିତ ଡି.ଏ.ଭି.ପବ୍ଲିକ୍ ସ୍କୁଲର ୨୯ତମ ପ୍ରତିଷ୍ଠା ଉତ୍ସବ ଧୁମଧାମରେ ପାଳିତ ହୋଇଛି। ଏ ଅବସରରେ ଏକ ବୈଦିକ ହୋମଯଜ୍ଞ ଆୟୋଜିତ ହୋଇଥିଲା। କାର୍ଯ୍ୟକ୍ରମରେ ଏମ.ସି.ଏଲ. ହିଙ୍ଗୁଳା କ୍ଷେତ୍ରର ମହାପ୍ରବନ୍ଧକ ବି. ମହମ୍ମୁଦ ମିଆଁ, ପ୍ରତିଭା ମହିଳା ମଣ୍ଡଳର ସଭାପତି ବି.ରିଜୱାନା ମହାମ୍ମୁଦ ଯୋଗ ଦେଇଥିଲେ। ସ୍କୁଲର ପୂର୍ବତନ ଛାତ୍ର ବିଦ୍ୟାଳୟର ଗର୍ବ ଏବଂ ଗୌରବ ତଥା ୟୁପିଏସସି ଟପ୍ପର ଅନିମେଷ ପ୍ରଧାନ ଏହି ଉତ୍ସବରେ ଭର୍ଚୁଆଲରେ ଯୋଗଦେଇ ପିଲାଙ୍କୁ ମାର୍ଗଦର୍ଶନ ଦେଇଥିଲେ।

ସମ୍ମାନିତ ଅତିଥି ବି.ରିଜୱାନା ମହାମ୍ମୁଦ ବିଦ୍ୟାଳୟର ଦଶମ ଏବଂ ଦ୍ଵାଦଶ(୨୦୨୩ –୨୪)ବର୍ଷର ସର୍ବୋଚ୍ଚ ସ୍ଥାନ ଅଧିକାର କରିଥିବା ଛାତ୍ରଛାତ୍ରୀଙ୍କୁ ସମ୍ମାନିତ କରିଥିଲେ। ବିଦ୍ୟାଳୟର ଛାତ୍ର ଦୀପାୟନ ବେହେରା ଜେଇଇ ମେନ୍ ଏବଂ ନିଟ୍, ତମନ୍ନା ସାହୁ ଜେଇଇ ମେନ୍, ପ୍ରଯକ୍ତା ସାହୁ ଜେଇଇ ମେନ୍ ଓ ରୋଜାଲିନ ନାୟକ ଜେଇଇ ମେନ୍ ରେ ସଫଳତା ହାସଲ କରିଥିବାରୁ ସେମାନଙ୍କୁ ସମ୍ମାନିତ କରାଯାଇଥିଲା।

ଉତ୍ସବରେ ବିଦ୍ୟାଳୟର ଅଧ୍ୟକ୍ଷ ସୁରେନ୍ଦ୍ର କୁମାର ଭୋଇଙ୍କ ସମେତ ତାଳଚେର ଅଞ୍ଚଳର ବିଭିନ୍ନ ଡି.ଏ.ଭି. ସ୍କୁଲର ଅଧ୍ୟକ୍ଷ ଉପସ୍ଥିତ ଥିଲେ।
ବିଦ୍ୟାଳୟରେ ବନମହୋତ୍ସବ ପାଳନ କରାଯାଇ ‘ଗୋଟିଏ ବୃକ୍ଷ ମାଆ ନାମ’ରେ ୧୦୦ ଚାରାରୋପଣ କରାଯାଇଥିଲା।

ପ୍ରତିଷ୍ଠା ଦିବସ ପାଇଁ ଆୟୋଜିତ ସ୍ବେଚ୍ଛାକୃତ ରକ୍ତଦାନ ଶିବିରକୁ ବିଦ୍ୟାଳୟର ଅଧ୍ୟକ୍ଷ ସୁରେନ୍ଦ୍ର କୁମାର ଭୋଇ ଉଦଘାଟନ କରିଥିଲେ। ଅନୁଗୁଳ ରକ୍ତଭଣ୍ଡାର କର୍ମଚାରୀଙ୍କ ସହଯୋଗରେ ୬୫ ୟୁନିଟ ରକ୍ତ ସଂଗୃହୀତ ହୋଇଥିଲା। ଶେଷରେ ବିଦ୍ୟାଳୟର ପଦାର୍ଥ ବିଜ୍ଞାନର ବରିଷ୍ଠ ଶିକ୍ଷକ ଚିତ୍ତରଞ୍ଜନ ପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ।

Share

Leave a Reply