ଅନୁଗୁଳ: ଚଢ଼ଉ କରି ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ଅବକାରୀ ବିଭାଗ ଏକ ଇଣ୍ଡିଗୋ କାର ସହିତ ୩୦ କେଜି ୭୨୦ ଗ୍ରାମ ଗଞ୍ଜେଇ ଜବତ କରିଛି। ଏଥିସହ ଜଣଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ଜଣକ ହେଲେ ଝାଡ଼ଖଣ୍ଡର ପଶ୍ଚିମ ସିଂହଭୂମି ଜିଲ୍ଲା ଅନ୍ତର୍ଗତ କୁମାରଡୁଙ୍ଗୀ ଗ୍ରାମର କମଳ ଲୋଚନ ବାରିକ।
ସୂଚନା ଅନୁସାରେ, ବୁଧବାର ସକାଳେ କମଳ ଏକ ଇଣ୍ଡିଗୋ କାରରେ ୨ ବସ୍ତା ଗଞ୍ଜେଇ ଧରି ଆଠମଲ୍ଲିକ ସହର ଦେଇ ଯାଉଥିଲେ। ଆଠମଲ୍ଲିକ ଅବକାରୀ ପୁଲିସ ଲିପ୍ତିଙ୍ଗା ଛକଠାରେ କାର ଅଟକାଇ ଯାଞ୍ଚ କରିବା ବେଳେ କାରରୁ ୩୦ କେଜି ୭୨୦ ଗ୍ରାମ ଗଞ୍ଜେଇ ଜବତ ହୋଇଥିଲା। ଜବତ ଗଞ୍ଜେଇର ମୂଲ୍ୟ ୩ ଲକ୍ଷ ଟଙ୍କାରୁ ଊର୍ଦ୍ଧ୍ବ ହେବ। ଏହି ଚଢଉରେ ଅବକାରୀ ନିରୀକ୍ଷକ ପବିତ୍ର ମୋହନ ମାଝୀ, ଉପନିରୀକ୍ଷକ ନିରଞ୍ଜନ ସାହୁ ଓ କର୍ମଚାରୀ ଅଜୟ ବେହେରା, ଅମରଦୀପ କୁଜୁର ସାମିଲ ଥିଲେ।