ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହେଲେ ଗାଁରୁ ବାସନ୍ଦ ହୋଇଥିବା ୫ ପରିବାର

0

ଅନୁଗୁଳ: ଅନୁଗୁଳ ଜିଲ୍ଲା କିଶୋରନଗର ବ୍ଲକ ଅଞ୍ଚଳର ଇଚ୍ଛାପୁର ଗାଁର ୫ ପରିବାରଙ୍କୁ ବାସନ୍ଦ କରାଯାଇଥିବା ନେଇ ଜିଲ୍ଲାପାଳଙ୍କୁ ଅଭିଯୋଗ କରାଯାଇଛି। ବାସନ୍ଦ ହୋଇଥିବା ଲୋକମାନେ ହେଲେ ସୁଧୀର କୁମାର ପ୍ରଧାନ, ଜଗନ୍ନାଥ ମାଝୀ, ନିତ୍ୟାନନ୍ଦ ମହାଳିକ, ଶରତ ସାହୁ, ଗୌତମ ଧଳ। ଇଚ୍ଛାପୁର ଗାଁର ସ୍ଥାୟୀ ବାସିନ୍ଦା ହୋଇଥିଲେ ମଧ୍ୟ ବିନା କାରଣରେ ତାଙ୍କୁ ଗାଁରୁ ବାସନ୍ଦ କରାଯାଇଛି।

ମିଳିଥିବା ସୂଚନା ଅନୁଯାୟୀ, ଇଚ୍ଛାପୁର, ରାମପୁର, ଚନ୍ଦ୍ରପୁରକୁ ନେଇ ଜଙ୍ଗଲ ଓ ପରିବେଶ ସୁରକ୍ଷା ନିମନ୍ତେ ତ୍ରିଶକ୍ତି ବନ ସଂରକ୍ଷଣ ସମିତି ଗଠିତ ହୋଇଛି। ଏହି ବନ ସଂରକ୍ଷଣ ସମିତିରେ ପାଞ୍ଚ ପରିବାର ସାମିଲ ହୋଇ ଚଳୁଥିଲେ। କିନ୍ତୁ କିଛି ସମସ୍ୟାକୁ ନେଇ ଏହି ପାଞ୍ଚ ପରିବାରକୁ ୨୧.୦୭.୨୦୧୯ ଠାରୁ ବାସନ୍ଦ କରାଯାଇଥିବା ଅଭିଯୋଗ ହୋଇଛି। ଏହି ପାଞ୍ଚ ପରିବାରଙ୍କୁ ପାଣି, ଦୋକାନ, ହଲ୍, ପିଲାଙ୍କ ଟିଉସନ, ଚାଷ ଆଦିରେ ସାମିଲ ହେବାକୁ ଦିଆଯାଉ ନଥିବା ନେଇ ସେମାନେ ଅଭିଯୋଗ କରିଛନ୍ତି। ଆଜି ଯାଏଁ ତାଙ୍କୁ ନ୍ୟାୟ ମିଳି ନଥିବାରୁ ବାଧ୍ୟ ହୋଇ ସେମାନେ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇଥିବା ଜଣାଯାଇଛି। ସେମାନଙ୍କ ସମସ୍ୟା ଶୀଘ୍ର ସମାଧାନ ହେବ ବୋଲି ଏ ଅବସରରେ ପ୍ରତିଶ୍ରୁତି ଦେଇଛନ୍ତି ଜିଲ୍ଲାପାଳ।

Leave A Reply

Your email address will not be published.

error: Content is protected !!