ନୂଆହତା ଅଙ୍ଗନବାଡି କେନ୍ଦ୍ରରୁ ଗ୍ୟାସ ସିଲିଣ୍ଡର ଚୋରି, ପୂର୍ବରୁ ସ୍କୁଲର ପାଣି ପମ୍ପ ନେଇଯାଇଥିଲେ ଦୁର୍ବୃତ୍ତ

You are currently viewing ନୂଆହତା ଅଙ୍ଗନବାଡି କେନ୍ଦ୍ରରୁ ଗ୍ୟାସ ସିଲିଣ୍ଡର ଚୋରି, ପୂର୍ବରୁ ସ୍କୁଲର ପାଣି ପମ୍ପ ନେଇଯାଇଥିଲେ ଦୁର୍ବୃତ୍ତ

ଅନୁଗୁଳ: ବଅଁରପାଳ ଥାନା ଅନ୍ତର୍ଗତ ନୂଆହତା ପଞ୍ଚାୟତର ଜଳିସାହି ଅଙ୍ଗନବାଡି କେନ୍ଦ୍ରରୁ ଗ୍ୟାସ ଟାଙ୍କି ଚୋରି ହୋଇଥିବା ନେଇ ଥାନାରେ ଅଭିଯୋଗ ହୋଇଛି। ଅଭିଯୋଗ ଅନୁଯାୟୀ, ନୂଆହତା ଜଳିସାହି ଅଙ୍ଗନବାଡି କେନ୍ଦ୍ରର ଦୁଇଟି ଚାବି ଅଙ୍ଗନବାଡ଼ି ଦିଦି ଭବାନୀ ମଞ୍ଜରୀ ସାହୁ ଓ ସହାୟିକା ଝିଲି ସିଂହଙ୍କ ପାଖରେ ରହେ। ସୋମବାର ସକାଳୁ ଝିଲି ଅଙ୍ଗନବାଡ଼ି କେନ୍ଦ୍ର ଖୋଲିବା ବେଳେ ତାଲା ଖୋଲି ନଥିଲା। ସନ୍ଦେହ ହେବାରୁ ସେ ଅଙ୍ଗନବାଡ଼ି ଦିଦିକୁ ଖବର ଦେଇଥିଲେ। ଦିଦି ନିଜ ପାଖରେ ଥିବା ଚାବିରେ ଖୋଲିବା ପାଇଁ ଉଦ୍ୟମ କରିଥିଲେ ମଧ୍ୟ ସମ୍ଭବ ହୋଇ ନଥିଲା। ପରବର୍ତ୍ତୀ ସମୟରେ ଦିଦି ଗ୍ରାମବାସୀଙ୍କ ସହ ଏ ନେଇ ଆଲୋଚନା କରି କେନ୍ଦ୍ରର ତାଲା ଭାଙ୍ଗିଥିଲେ। ଭିତରେ ଦେଖିବା ବେଳକୁ ପିଲାଙ୍କ ରୋଷେଇ ପାଇଁ ଥିବା ଗ୍ୟାସ ଟାଙ୍କି ଚୋରି ହୋଇଯାଇଛି। ଏ ନେଇ ଅଙ୍ଗନବାଡ଼ି ଦିଦି ଥାନାରେ ଲିଖିତ ଅଭିଯୋଗ କରିଛନ୍ତି।

ସୂଚନାଯୋଗ୍ୟ ଯେ ନୂଆହତା ପଞ୍ଚାୟତରେ ପୂର୍ବରୁ ସ୍କୁଲର ପାଣି ପମ୍ପ ଚୋରି ହୋଇଥିଲା। କିଛି ଦିନ ବିତି ଯାଇଥିଲେ ମଧ୍ୟ ଦ୍ବିତୀୟ ବାର ପୁଣି ନୂଆ ରଣନୀତି ନେଇ ରୋଷେଇ ଗ୍ୟାସ ଟାଙ୍କି ଚୋରି ହୋଇଛି।

Share

Leave a Reply