ନର୍ସିଂ କଲେଜ ହଷ୍ଟେଲରେ ଗ୍ୟାସ୍ ଟାଙ୍କି ବିସ୍ଫୋରଣ, କେହି ମୃତାହତ ହୋଇନଥିବା ସୂଚନା

You are currently viewing ନର୍ସିଂ କଲେଜ ହଷ୍ଟେଲରେ ଗ୍ୟାସ୍ ଟାଙ୍କି ବିସ୍ଫୋରଣ, କେହି ମୃତାହତ ହୋଇନଥିବା ସୂଚନା

ଅନୁଗୁଳ: ଅନୁଗୁଳ ଟାଉନ୍ ଥାନା ଅନ୍ତର୍ଗତ ତୁରଙ୍ଗ ଅଞ୍ଚଳର ଇନ୍ଦ୍ରହରି ନଗରସ୍ଥିତ ଏକ ନର୍ସିଂ କଲେଜର ହଷ୍ଟେଲରେ ଗ୍ୟାସ୍ ଟାଙ୍କି ଫାଟି ବିସ୍ଫୋରଣ ହୋଇଛି। ଏହି ବିସ୍ଫୋରଣରେ କାହାର କୌଣସି କ୍ଷୟକ୍ଷତି ହୋଇ ନଥିବା ବେଳେ ହଷ୍ଟେଲର ଦୁଇ ଲକ୍ଷରୁ ଅଧିକ ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଥିବା ଜଣାପଡ଼ିଛି।

ସୂଚନା ମୁତାବକ, ଇନ୍ଦ୍ରହରି ନଗରରେ ଥିବା ଏକ ନର୍ସିଂ କଲେଜ ହଷ୍ଟେଲରେ ଆଜି ଦିନ ଦ୍ବିପ୍ରହରରେ ରୋଷେଇ କରୁଥିବା ବେଳେ ଗୋଟିଏ ଗ୍ୟାସ୍ ଟାଙ୍କିରୁ ଗ୍ୟାସ୍ ଲିକ୍ ହୋଇ ହଠାତ୍ ନିଆଁ ଲାଗିଥିଲା। ଏହା ଦେଖି ହଷ୍ଟେଲରେ ଥିବା ସମସ୍ତ ଷ୍ଟାଫ୍ ବାହାରକୁ ବାହାରି ଆସି ଅନୁଗୁଳ ଦମକଳ ବାହିନୀକୁ ଖବର ଦେଇଥିଲେ। ନିଆଁ ଲାଗି ଭିତରେ ଥିବା ଆଉ ଏକ ଟାଙ୍କି ମଧ୍ୟ ଫାଟି ଯାଇଥିଲା।

ଖବର ପାଇ ଆସିଷ୍ଟାଣ୍ଟ ଫାୟାର ଅଧିକାରୀ ରମେଶ ଚନ୍ଦ୍ର ମହାନ୍ତିଙ୍କ ତତ୍ତ୍ଵାବଧାନରେ ଦୁଇଟି ଟିମ୍ ଆସି ନିଆଁକୁ ସମ୍ପୂର୍ଣ୍ଣ ଆୟତ୍ତ କରିଥିଲେ। ବିସ୍ଫୋରଣରେ କାହାର କିଛି କ୍ଷତି ହୋଇ ନଥିବା ବେଳେ ଦୁଇ ଲକ୍ଷରୁ ଅଧିକ ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଥିବା ହଷ୍ଟେଲ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି।

Share

Leave a Reply