ତାଳଚେର : ତାଳଚେର ବ୍ଲକ୍ କଳମଛୁଇଁ ଗ୍ରାମ ଅନ୍ତର୍ଗତ ବୁଢାବୁରୀ ସାହିରେ ଗୀତା ମହାଯଜ୍ଞ ପାଳିତ ହୋଇଛି। ପଣ୍ଡିତ ଟଙ୍କଧର ଶତପଥୀଙ୍କ ପୌରୋହିତ୍ୟରେ ହୃଦୟ କୁମାର ଶତପଥୀ, ସନ୍ତୋଷ ତ୍ରିପାଠୀ, ସୁଶାନ୍ତ ଶତପଥୀ ପ୍ରମୁଖ ସୂର୍ଯ୍ୟ ପୂଜା, ପଞ୍ଚକର୍ମ, ମହାମୃତ୍ୟୁଞ୍ଜୟ ଜପ ସହ ସଂପୂର୍ଣ୍ଣ ଗୀତା ପାଠ ଇତ୍ୟାଦି କାର୍ଯ୍ୟକ୍ରମ ଶାସ୍ତ୍ରାନୁମୋଦିତ ବିଧିବିଧାନ ଅନୁଯାୟୀ ସଂପନ୍ନ କରିଥିଲେ। ଯଜ୍ଞକର୍ତ୍ତା ଭାବରେ ଆନନ୍ଦ ପ୍ରଧାନ,ବନମାଳୀ ଦାସ ଓ ଗୋପାଳ ସାହୁ ଦାୟିତ୍ବ ତୁଲାଇ ଥିଲେ। ଉତ୍ସବରେ ଆଖପାଖ ଅଞ୍ଚଳର ଶତାଧିକ ଭକ୍ତ ଯୋଗ ଦାନ କରିଥିଲେ। ସାହି ବେହେରା ଲୋଚନ ସାହୁଙ୍କ ଆବାହକତ୍ବରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସମସ୍ତ ଗ୍ରାମବାସୀ ସହଯୋଗ କରିଥିଲେ। ଯଜ୍ଞ ପରେ ପ୍ରସାଦ ସେବନର ବନ୍ଦୋବସ୍ତ ହୋଇଥିବା ଜଣାଯାଇଛି।
କଳମଛୁଇଁରେ ଗୀତା ମହାଯଜ୍ଞ ଆୟୋଜିତ, ଶତାଧିକ ଶ୍ରଦ୍ଧାଳୁଙ୍କ ସମାଗମ
- Post published:February 8, 2024
- Post category:ଅନ୍ୟାନ୍ୟ
- Post comments:0 Comments
- Post author:Angul TV Bureau


