ତୁରଙ୍ଗ ମିନି ଷ୍ଟାଡିୟମପଡ଼ିଆରେ ବିଜେଡିର କର୍ମୀ ସମ୍ମିଳନୀ ଆୟୋଜିତ, ଧର୍ମେନ୍ଦ୍ର ପ୍ରଧାନଙ୍କୁ କଲେ ଟାର୍ଗେଟ

You are currently viewing ତୁରଙ୍ଗ ମିନି ଷ୍ଟାଡିୟମପଡ଼ିଆରେ ବିଜେଡିର କର୍ମୀ ସମ୍ମିଳନୀ ଆୟୋଜିତ, ଧର୍ମେନ୍ଦ୍ର ପ୍ରଧାନଙ୍କୁ କଲେ ଟାର୍ଗେଟ

ଅନୁଗୁଳ: ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ନିର୍ବାଚନ ମଣ୍ଡଳୀର ତୁରଙ୍ଗ ମିନି ଷ୍ଟାଡିୟମପଡ଼ିଆରେ ପହଞ୍ଚିଲେ ସମ୍ବଲପୁର ଲୋକସଭା କ୍ଷେତ୍ରର ବିଜେଡି ସାଂସଦ ପ୍ରାର୍ଥୀ ପ୍ରଣବ ପ୍ରକାଶ ଦାସ। ସେଠାରେ ସେ କର୍ମୀ ସମ୍ମିଳନୀରେ ଯୋଗ ଦେଇ ଭୋଟ ଭିକ୍ଷା କରିଥିଲେ। ଏ ଅବସରରେ ମିଶ୍ରଣ ପର୍ବ ବି ଅନୁଷ୍ଠିତ ହୋଇଥିଲା। ତାଙ୍କ ସହିତ ବିଜେଡି ବିଧାୟକ ପ୍ରାର୍ଥୀ ସୁଶାନ୍ତ ବେହେରା ଉପସ୍ଥିତ ଥିଲେ।

ସମ୍ମିଳନୀରେ ପ୍ରଣବ ପ୍ରକାଶ ଦାସ ଜାତୀୟ ରାଜପଥ ଦୁରବସ୍ଥା ନେଇ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଟାର୍ଗେଟ କରିଥିଲେ। ବିଜେପି ସରକାର ୧୦ ବର୍ଷ ମଧ୍ୟରେ ଓଡିଶାର ବିକାଶ ଦିଗରେ କଣ ପଦକ୍ଷେପ ଗ୍ରହଣ କରିଛନ୍ତି ବୋଲି ସେ କେନ୍ଦ୍ର ମନ୍ତ୍ରୀଙ୍କୁ ପ୍ରଶ୍ନ କରିଥିଲେ।

Share

Leave a Reply