ବାସନ୍ତୀ ଦୁର୍ଗା ପୂଜା ମଣ୍ଡପରେ ସରିଲା ମହାଦଶମୀ ପୂଜା: ଆସନ୍ତାକାଲି ଭସାଣୀ

You are currently viewing ବାସନ୍ତୀ ଦୁର୍ଗା ପୂଜା ମଣ୍ଡପରେ ସରିଲା ମହାଦଶମୀ ପୂଜା: ଆସନ୍ତାକାଲି ଭସାଣୀ

ଅନୁଗୁଳ: ଅନୁଗୁଳସ୍ଥିତ ଅମଲାପଡ଼ା ମା’ ବାସନ୍ତୀ ଦୁର୍ଗା ପୂଜା ପଡ଼ିଆରେ ଆଜି ମହଦଶମୀ ପୂଜା ବେଶ୍ ଧୁମଧାମରେ ପାଳିତ ହୋଇଛି।
ସକାଳେ ସୂର୍ଯ୍ୟପୂଜା, ଗୋପୂଜା, ଅପରାଜିତା ପୂଜା, ଚରୁ ବିତରଣ ପରେ ପୂର୍ଣ୍ଣାହୁତି ଅନୁଷ୍ଠିତ ହୋଇଥିଲା। ସନ୍ଧ୍ୟାରେ ମେଲୋଡି କାର୍ଯ୍ୟକ୍ରମ ଦେଖିବାକୁ ବହୁ ଲୋକଙ୍କ ସମାବେଶ ହୋଇଥିଲା।
ତେବେ ଆସନ୍ତାକାଲି ଅପରାହ୍ନରେ ମା’ ଦୁର୍ଗାଙ୍କ ଭସାଣୀ ସମାରୋହ ଅନୁଷ୍ଠିତ ହେବ ବୋଲି ପୂଜା କମିଟି ପକ୍ଷରୁ ସୂଚନା ଦିଆଯାଇଛି।

Share

Leave a Reply