ସାଧାରଣ ନିର୍ବାଚନ ୨୦୨୪ ପାଇଁ ଅନୁଗୁଳ ଜିଲ୍ଲାରେ ବିଜ୍ଞପ୍ତି ଜାରି, ମେ ୬ ଯାଏଁ ନାମାଙ୍କନ ପତ୍ର ଦାଖଲ କରିପାରିବେ ପ୍ରାର୍ଥୀ

0

ଅନୁଗୁଳ: ସାଧାରଣ ନିର୍ବାଚନ ୨୦୨୪ ପାଇଁ ଆଜି ଅନୁଗୁଳ ଜିଲ୍ଲା ଅନ୍ତର୍ଗତ ୫୯- ପାଳଲହଡା, ୬୦ – ତାଳଚେର, ୬୧ – ଅନୁଗୁଳ, ୬୨ – ଛେଣ୍ଡିପଦା ଓ ୬୩ – ଆଠମଲ୍ଲିକ ବିଧାନସଭା ନିର୍ବାଚନ ମଣ୍ଡଳୀ ନିମନ୍ତେ ବିଜ୍ଞପ୍ତି ପ୍ରକାଶ ପାଇଛି। ସେହିପରି ୦୩ -ସମ୍ବଲପୁର (ଛେଣ୍ଡିପଦା ଓ ଆଠମଲ୍ଲିକ) ଓ ୦୯- ଢେଙ୍କାନାଳ (ଅନୁଗୁଳ, ତାଳଚେର, ପାଳଲହଡା) ସଂସଦୀୟ କ୍ଷେତ୍ର ନିମନ୍ତେ ମଧ୍ୟ ବିଜ୍ଞପ୍ତି ପ୍ରକାଶିତ ହୋଇଛି।

ବିଜ୍ଞପ୍ତି ଅନୁଯାୟୀ, ସମସ୍ତ ୫ ଗୋଟି ବିଧାନସଭା ମଣ୍ଡଳୀରେ ଆସନ୍ତା ମେ ୨୫ ତାରିଖ ସକାଳ ୭ ଟାରୁ ସନ୍ଧ୍ୟା ୬ ଟା ପର୍ଯ୍ୟନ୍ତ ଜିଲ୍ଲାର ମୋଟ ୧୧୬୩ ମତଦାନ କେନ୍ଦ୍ରରେ ଭୋଟ ଗ୍ରହଣ କରାଯିବ । ଆଜି ଠାରୁ ପ୍ରାର୍ଥୀମାନେ ନାମାଙ୍କନ ପତ୍ର ଆସନ୍ତା ମେ ୬ ତାରିଖ ଅପରାହ୍ନ ୩ ଟା ପର୍ଯ୍ୟନ୍ତ ଦାଖଲ କରିପାରିବେ । ଆଜିଠାରୁ ପ୍ରତ୍ୟହ ପୂର୍ବାହ୍ନ ୧୧ ଘଟିକାରୁ ଅପରାହ୍ନ ୩ ଘଟିକା ପର୍ଯ୍ୟନ୍ତ (ସାଧାରଣ ଛୁଟି ବ୍ୟତୀତ) ନାମାଙ୍କନ ପତ୍ର ସଂପୃକ୍ତ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟରେ ଦାଖଲ କରିପାରିବେ। ସେହିପରି ମଇ ୭ ତାରିଖରେ ନାମାଙ୍କନ ପତ୍ର ଯାଞ୍ଚ କରାଯିବ ଓ ମେ ୯ ତାରିଖ ଅପରାହ୍ନ ୩ ଘଟିକା ପୂର୍ବରୁ ପ୍ରାର୍ଥିତ୍ବ ପ୍ରତ୍ୟାହାର କରିପାରିବେ । ଆଜି ପ୍ରଥମ ଦିନରେ ସମସ୍ତ ନିର୍ବାଚନ ମଣ୍ଡଳୀ ପାଇଁ କୌଣସି ପ୍ରାର୍ଥୀପତ୍ର ଦାଖଲ ହୋଇନଥିବା ନିର୍ବାଚନ ଅଧିକାରୀଙ୍କ ସୂତ୍ରରୁ ଜଣାଯାଇଛି।

Leave A Reply

Your email address will not be published.

error: Content is protected !!