ଅନୁଗୁଳ: ଅନୁଗୁଳ ବିଧାନସଭା ଆସନରେ ବିଜେଡି ଟିକେଟ କାହାକୁ ମିଳିବ ତାହା ଚର୍ଚ୍ଚାରେ ରହିଛି। ଲଗାତର ୪ ଥର ନିର୍ବାଚିତ ହୋଇଥିବା ଅନୁଗୁଳ ବିଧାୟକ ରଜନୀକାନ୍ତ ସିଂହଙ୍କୁ ଏଥରକ ଟିକେଟ୍ ମିଳିବ କି ନାହିଁ ସେ ନେଇ ଦ୍ବନ୍ଦ୍ୱ ଦେଖା ଦେଇଛି। ଶ୍ରୀ ସିଂହ ତାଙ୍କ ରାଜନୀତି ଜୀବନରେ ଅଧିକ ଚେଷ୍ଟା କରିବା ପରେ ମଧ୍ୟ ଟିକେଟ ପାଇବାରେ କିପରି ବିଫଳ ହେଇଛନ୍ତି ବର୍ତ୍ତମାନ ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି।
କୁହାଯାଉଛି, ଶ୍ରୀ ସିଂହ ଦୀର୍ଘ ବର୍ଷ ବିଧାୟକ ରହିବା ପରେ ଅନୁଗୁଳରେ ତାଙ୍କର ସାଧାରଣ ଲୋକଙ୍କ ପାଇଁ ନିର୍ଦ୍ଦିଷ୍ଟ କାର୍ଯ୍ୟାଳୟ ନାହିଁ। ଏଥିସହ ତାଙ୍କ ପାଖରୁ ପୁରୁଣା କର୍ମୀ ଦୂରେଇ ଯାଉଛନ୍ତି, ଲୋକଙ୍କ ସହିତ ସିଧାସଳଖ ସମ୍ପର୍କ ନ ରଖିବା, କର୍ମୀମାନଙ୍କୁ ଉପେକ୍ଷା କରିବା, ବନ୍ତଳା ଅଞ୍ଚଳରେ ଦୀର୍ଘ ବର୍ଷ ଧରି ଦମକଳ କେନ୍ଦ୍ର କରିବା ପ୍ରତିଶ୍ରୁତି ଦେଇ ଫେଲ ହେବା, ହିଡିସିହ ପ୍ରୋଜେକ୍ଟ କରିବାକୁ କହି ଓହରିଯିବା, ପୌରାଞ୍ଚଳରେ ବେନିୟମ ଭାବରେ ଘର ଓ ଦୋକାନ ଭାଙ୍ଗିବା ବେଳେ ଲୋକଙ୍କୁ ସମ୍ବେଦନ ନ ଜଣେଇବା ଇତ୍ୟାଦି ଘଟଣା ତାଙ୍କ ପାଇଁ ବିଜେଡି ଦଳରୁ ଟିକେଟ ପାଇବାରେ ସମସ୍ୟା ହୋଇଛି ବୋଲି ସାଧାରଣରେ ଚର୍ଚ୍ଚା ହେଉଛି।
ଅନ୍ୟପଟେ ଅନୁଗୁଳ ବିଧାନସଭା ପ୍ରାର୍ଥୀ ପାଇଁ ବସୁଧାର ଉପଦେଷ୍ଟା ଦିନେଶ ପ୍ରଧାନ, ମହେଶ ଧଳ ଟିକେଟ ଲବିରେ ଅଛନ୍ତି। ବିଜେଡି ଦଳ ନୂଆ ମୁହଁ ଖୋଜୁଥିବାରୁ ଟିକେଟ ମିଳିବାରେ ବିଳମ୍ବ ହେଉଛି ବୋଲି ଚର୍ଚ୍ଚା ହେଉଛି।