ଷ୍ଟେଟ୍ ବ୍ୟାଙ୍କ୍ କର୍ମଚାରୀ ସଂଘର ସାଧାରଣ ପରିଚାଳନା ପରିଷଦ ବୈଠକ

0

ଅନୁଗୁଳ: ଅନୁଗୁଳ ସ୍ଥିତ ଷ୍ଟେଟ ବ୍ୟାଙ୍କ୍ ଅଫ ଇଣ୍ଡିଆର ମୁଖ୍ୟ କାର୍ଯ୍ୟାଳୟ ପରିସରରେ ରବିବାର ଷ୍ଟେଟ ବ୍ୟାଙ୍କ କର୍ମଚାରୀ ସଂଘର ସାଧାରଣ ପରିଚାଳନା ପରିଷଦ ବୈଠକ ଅନୁଷ୍ଠିତ ହୋଇଛି। ସର୍କଲ ସଭାପତି ସ୍ଵାଧୀନ କୁମାର ଦାଶଙ୍କ ପୌରୋହିତ୍ୟରେ ଆୟୋଜିତ ଏହି ବୈଠକରେ ସଂଘର ସାଧାରଣ ସମ୍ପାଦକ ରଘୁନାଥ ପ୍ରସାଦ ଦାସ ମୁଖ୍ୟ ଅତିଥି ଭାବେ, ସମ୍ମାନିତ ଅତିଥି ଭାବେ ଷ୍ଟେଟ ବ୍ୟାଙ୍କ କର୍ମଚାରୀ ସମବାୟ ସମ୍ପାଦକ ଗଙ୍ଗା ପ୍ରସାଦ ପଟ୍ଟନାୟକ, ଅନୁଗୁଳ ଶାଖାର ମୁଖ୍ୟ ପରିଚାଳକ ଅରବିନ୍ଦ ତ୍ରିପାଠୀ, ସଂଘ ମୁଖ୍ୟ କାର୍ଯ୍ୟାଳୟର ଉପ ସାଧାରଣ ସମ୍ପାଦକ ଚିତ୍ତରଞ୍ଜନ ପଣ୍ଡା, କୋଷାଧ୍ୟକ୍ଷ ନିର୍ମଳ କୁମାର ପଣ୍ଡା, ଭୁବନେଶ୍ଵର ଜୋନ୍‌-୨ର ଉପସାଧାରଣ ସମ୍ପାଦକ ଚନ୍ଦ୍ରଶେଖର ସାହୁ, ସହ ସମ୍ପାଦକ ଦେବୀ ପ୍ରସାଦ ମିଶ୍ର , ପରମାନନ୍ଦ ଦେ, ତପନ କୁମାର ସାହୁ ପ୍ରମୁଖ ମଞ୍ଚାସୀନ ଥିଲେ।

ଏ ଅବସରରେ ସାମ୍ପ୍ରତିକ ପରିସ୍ଥିତିରେ ଷ୍ଟେଟ ବ୍ୟାଙ୍କରେ କର୍ମଚାରୀ ଅଭାବ ଜନିତ ସମସ୍ୟା, ଗ୍ରାହକ ସେବା ଜନିତ ସମସ୍ୟା, ଜାତୀୟ ସ୍ତରରେ ବ୍ୟାଙ୍କ କ୍ଷେତ୍ରରେ ଉପୁଜୁଥିବା ସମସ୍ୟାରେ ସରକାରଙ୍କ ଆଭିମୁଖ୍ୟ, କର୍ମଚାରୀମାନଙ୍କ ସାମାଜିକ ନିରାପତ୍ତା ପ୍ରସଙ୍ଗରେ ଆଲୋଚନା ହୋଇଥିଲା।
ଅନ୍ୟମାନଙ୍କ ମଧ୍ୟରେ ଅଫିସର ସଂଘର ଆଞ୍ଚଳିକ ସମ୍ପାଦକ ଦେବାଶିଷ ଦାସ, ମାନସ କୁମାର ମହାପାତ୍ର, ତୁଷାର ବେହେରା, ରମେଶ ମାଝୀ, କିଶୋର ଚନ୍ଦ୍ର ପ୍ରଧାନ, ଗୋପାଳ ଚନ୍ଦ୍ର ସାହୁ, ମନମୋହନ ସ୍ୱାଇଁ, ହିମାଂଶୁ ଶେଖର ମିଶ୍ର, ନିରଞ୍ଜନ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ। ଶେଷରେ କ୍ଷେତ୍ରୀୟ ସମ୍ପାଦକ ତପନ କୁମାର ସାହୁ ଧନ୍ୟବାଦ ଦେଇଥିଲେ।

Leave A Reply

Your email address will not be published.

error: Content is protected !!