ମା’ଙ୍କୁ ଡାକ୍ତର ଦେଖାଇବାକୁ ହସ୍ପିଟାଲ ଯାଇଥିଲେ, ଘରେ ପଶି କଳା କନା ବୁଲାଇଲେ ଦୁର୍ବୃତ୍ତ

You are currently viewing ମା’ଙ୍କୁ ଡାକ୍ତର ଦେଖାଇବାକୁ ହସ୍ପିଟାଲ ଯାଇଥିଲେ, ଘରେ ପଶି କଳା କନା ବୁଲାଇଲେ ଦୁର୍ବୃତ୍ତ

 

ତାଳଚେର: ତାଳଚେରରେ ଘରେ କେହି ନଥିବାର ସୁଯୋଗ ନେଇ ସୁନା ଗହଣା ଓ ଟଙ୍କା ଲୁଟିନେଇଛନ୍ତି ଦୁର୍ବୃତ୍ତ। ଘର କବାଟ ତାଡି ଦୁଇଟି ଆଲମିରାରୁ ୩୦ ଭରି ସୁନା ସହ ୨୭ ହଜାର ଟଙ୍କା ଓ ବହୁ ଆସବାବ ପତ୍ର ଲୁଟିନେଇଛନ୍ତି। ଚୋରି ହୋଇଥିବା ଜିନିଷର ଆନୁମାନିକ ମୂଲ୍ୟ ୨୪ ଲକ୍ଷ ଟଙ୍କାରୁ ଊର୍ଦ୍ଧ୍ବ ହେବ ବୋଲି ଘର ମାଲିକ ସୂଚନା ଦେଇଛନ୍ତି।

ଘର ମାଲିକ ମାନସ ବିଶ୍ୱାଳ ତାଙ୍କ ମା’ଙ୍କ ଦେହ ଖରାପ ଥିବାରୁ ଭୁବନେଶ୍ୱର ଯାଇଥିଲେ। ଘରେ କେହି ନ ଥିବାର ସୁଯୋଗ ପାଇ ଦୁର୍ବୃତ୍ତ କବାଟ ତାଡି ଘରେ ପଶି ଟଙ୍କା ସୁନା ସହ ଆସବାବ ପତ୍ର ନେଇ ଯାଇଥିବା ଥାନାରେ ଅଭିଯୋଗ ହୋଇଛି। ତେବେ ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ କରୁଥିବା ଜଣାଯାଇଛି।

Share

Leave a Reply