ଆହତ ଘଡ଼ିଆଳର ଚାଲିଛି ଚିକିତ୍ସା, ମୃତ୍ୟୁ ଖବର ଗୁଜବ: ଡିଏଫଓ

You are currently viewing ଆହତ ଘଡ଼ିଆଳର ଚାଲିଛି ଚିକିତ୍ସା, ମୃତ୍ୟୁ ଖବର ଗୁଜବ: ଡିଏଫଓ

ଅନୁଗୁଳ: ଜୁନ ୨୨ ତାରିଖରେ ମହାନଦୀର ସାତକୋଶିଆ ଗଣ୍ଡରେ ମଗର ଓ ଘଡ଼ିଆଳ ଲଢେଇରେ ଥଣ୍ଟ ଛିଣ୍ଡିଥିବା ବୟସ୍କ ଘଡ଼ିଆଳର ଚିକିତ୍ସା କରୁଛି ବନବିଭାଗ। ଆହତ ଘଡ଼ିଆଳକୁ ନଦୀରୁ ଉଦ୍ଧାର କରି ଟିକରପଡା ସ୍ଥିତ ଚିଡିଆଖାନା ଡାକ୍ତରଖାନାରେ ଚିକିତ୍ସା କରାଯାଉଛି। ସାତକୋଶିଆ ପ୍ରାଣୀ ଡାକ୍ତର କିଶୋର ସାହୁ ନିୟମିତ ଭାବେ ଘଡ଼ିଆଳର ସ୍ୱାସ୍ଥ୍ୟ ଅବସ୍ଥା ଯାଞ୍ଚ କରୁଛନ୍ତି।

ଡାକ୍ତର ଶ୍ରୀ ସାହୁଙ୍କ କହିବା କଥା, ଯେହେତୁ ଘଡ଼ିଆଳର ଥଣ୍ଟର ଉପରଖଣ୍ଡ ଛିଣ୍ଡି ଯାଇଛି। ତେଣୁ କ୍ଷତ ଟିକେ ଅଧିକ ରହିଛି। ଚିକିତ୍ସା ପରେ ଘଡ଼ିଆଳ ଟିକେ ସୁସ୍ଥ ଅଛି। ପ୍ରତି ୭୨ ଘଣ୍ଟାକୁ ଥରେ ଆଣ୍ଟିବାୟୋଟିକ ଦିଆଯାଉଛି। ଅନ୍ୟପଟେ ଉକ୍ତ ଘଡ଼ିଆଳର ମୃତ୍ୟୁ ହୋଇଥିବା ନେଇ ମଧ୍ୟ ଚର୍ଚ୍ଚା ହେଉଛି। ଏନେଇ ସାତକୋଶିଆ ବନଖଣ୍ଡ ଅଧିକାରୀ ସରୋଜ ପଣ୍ଡା କହିଛନ୍ତି, ଘଡ଼ିଆଳର ଚିକିତ୍ସା ସଠିକ ଭାବେ କରାଯାଉଛି। କିଛି କୁଚକ୍ରୀ ଗୋଷ୍ଠୀ ଘଡ଼ିଆଳ ମୃତ ଖବର ପ୍ରଘଟ କରୁଛନ୍ତି, ଯାହା ସମ୍ପୂର୍ଣ୍ଣ ଭିତ୍ତିହୀନ। ଆମେ ଘଡ଼ିଆଳକୁ ସମ୍ପୂର୍ଣ୍ଣ ସୁସ୍ଥ ହେବା ପର୍ଯ୍ୟନ୍ତ ୨୪ ଘଣ୍ଟିଆ ଦେଖାଶୁଣା କରିବାର ବ୍ୟବସ୍ଥା କରିଛୁ ବୋଲି ଶ୍ରୀ ପଣ୍ଡା କହିଛନ୍ତି।

Share

Leave a Reply