ଅନୁଗୁଳ : ଅନୁଗୁଳ ବ୍ଲକ କଞ୍ଜା ଗାଁରେ ସୋମବାର ଗିରି ଗୋବର୍ଦ୍ଧନ ପୂଜା ଅନୁଷ୍ଠିତ ହୋଇଯାଇଛି। କରୋନା କଟକଣା ମଧ୍ୟରେ ଅଳ୍ପ ସଂଖ୍ୟକ ଶ୍ରଦ୍ଧାଳୁ ପୂଜାରେ ଯୋଗଦେଇଥିଲେ। ପୂର୍ଵପୁରୁଷଙ୍କ ଅନୁସାରେ ଗିରି ଗୋବର୍ଦ୍ଧନ ପୂଜା ହେଲେ ଇନ୍ଦ୍ର ସୁବୃଷ୍ଟି କରିଥାଆନ୍ତି। ମାଟି ମା’ ଶସ୍ୟ ଶ୍ୟାମଳା ହୋଇଥାଏ ବୋଲି ଲୋକ ବିଶ୍ୱାସ ରହିଛି। ପାହାଡ଼ରେ ଏକ ଖୋଲାରେ ୬୪ଋଷିଙ୍କର ଆଶ୍ରମ(କୁଡ଼ିଆ) ତିଆରି କରି ଯଂଜ୍ଞ ସହ ପୂଜା ଅନୁଷ୍ଠିତ ହୋଇଥାଏ। ଏହି ପୂଜା ୩ ଦିନ ଧରି ଚାଲେ। ଏବର୍ଷ କରୋନା ପାଇଁ ଏକ ଦିନ ପୂଜା କରାଯାଇଛି। କଞ୍ଜାର ସଭାପତି ରୋହିତ ବିଶ୍ୱଳ, ସମ୍ପାଦକ ନାକଫୁଡି ବେହେରା, ପୂଜକ ବନମାଳୀ ମିଶ୍ର, ଶିଶିର ଗଡ଼ନାୟକ, ଆର୍ତ୍ତତ୍ରାଣ ଗଡ଼ନାୟକ, ଗୋପାଲି ବିଶ୍ୱାଳ, ତ୍ରିଲୋଚନ ସାହୁ, ହେମନ୍ତ ସାହୁ ପ୍ରମୁଖ ପୂଜାରେ ସାମିଲ ଥିଲେ। ଗାଁର ଯୁବଗୋଷ୍ଠୀ ଓ ଗ୍ରାମବାସୀ ସହଯୋଗ କରିଥିଲେ।
କଞ୍ଜା ଗାଁରେ ଗିରି ଗୋବର୍ଦ୍ଧନ ପୂଜା
- Post published:October 18, 2021
- Post category:କଳା ଓ ସଂସ୍କୃତି
- Post comments:0 Comments
- Post author:Angul TV Bureau
