ଅନୁଗୁଳ ଜିଲ୍ଲା ସମାଜ ମଙ୍ଗଳ ବିଭାଗର ପ୍ରୟାସ: କିଶୋରୀମାନେ ଶିଖିଲେ କମ୍ପ୍ୟୁଟର ଓ ନିଯୁକ୍ତି କୌଶଳ

You are currently viewing ଅନୁଗୁଳ ଜିଲ୍ଲା ସମାଜ ମଙ୍ଗଳ ବିଭାଗର ପ୍ରୟାସ: କିଶୋରୀମାନେ ଶିଖିଲେ କମ୍ପ୍ୟୁଟର ଓ ନିଯୁକ୍ତି କୌଶଳ

ଅନୁଗୁଳ: ଜିଲ୍ଲା ସମାଜ ମଙ୍ଗଳ ବିଭାଗ ଆନୁକୂଲ୍ୟରେ ଆଜି ସ୍ଥାନୀୟ ସମାଜ ମଙ୍ଗଳ ବୈଠକ ଗୃହଠାରେ କିଶୋରୀମାନଙ୍କ ପାଇଁ ଏକ ଜିଲ୍ଲାସ୍ତରୀୟ ଦକ୍ଷତା ବିକାଶ ତାଲିମ ଶିବିର ସଫଳତାର ସହ ସମ୍ପନ୍ନ ହୋଇଛି। ଏହି କର୍ମଶାଳାରେ ଜିଲ୍ଲା ଶିକ୍ଷା ଅଧିକାରୀ ନିରଞ୍ଜନ ସାହୁ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଗୌରୀ ଶଙ୍କର ବେହେରା, ଏଲଡିଏମ୍ ଚୌଧୁରୀ ଦୀପକ ମିଶ୍ର ଏବଂ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ନିରୂପମା ପାଣି ଅତିଥି ଭାବେ ଯୋଗ ଦେଇଥିଲେ।

ଜିଲ୍ଲାର ବିଭିନ୍ନ ପ୍ରାନ୍ତରୁ ଆସିଥିବା ପ୍ରାୟ ୭୨ ଜଣ କିଶୋରୀ ଏହି ଶିବିରରେ ଅଂଶଗ୍ରହଣ କରି କମ୍ପ୍ୟୁଟର ଶିକ୍ଷା ଓ ନିଯୁକ୍ତିଭିତ୍ତିକ ଦକ୍ଷତା ବିକାଶ ସମ୍ପର୍କରେ ପ୍ରଶିକ୍ଷଣ ଗ୍ରହଣ କରିଥିଲେ। ଜିଲ୍ଲା ଦକ୍ଷତା ସଂଯୋଜକ ବିଶ୍ୱଜିତ୍ ପଣ୍ଡା ସଫଳ କିଶୋରୀମାନଙ୍କ ଉଦାହରଣ ଦେଇ ପ୍ରଶିକ୍ଷାର୍ଥୀଙ୍କୁ ଉତ୍ସାହିତ କରିଥିବା ବେଳେ ମହିଳା ସୁରକ୍ଷା ଅଧିକାରୀ ରୁନୁ ପ୍ରଧାନ ଆର୍ଥିକ ସ୍ଵାବଲମ୍ବୀ ହେବା ଉପରେ ଗୁରୁତ୍ୱାରୋପ କରିଥିଲେ। ୟୁନିସେଫ୍ ଜିଲ୍ଲା ସଂଯୋଜିକା ସନ୍ଧ୍ୟାରାଣୀ ନାୟକଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଜିଲ୍ଲା ମହିଳା ସଶକ୍ତୀକରଣ ଅଧିକାରୀ ବିଦ୍ୟାଧର ପ୍ରଧାନ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

Share

Leave a Reply