ଅନୁଗୁଳ: ଅନୁଗୁଳ ଜିଲ୍ଲା ଚମ୍ପତିମୁଣ୍ଡା ସ୍ଥିତ ପିଏମ୍ ଶ୍ରୀ ଜବାହରଲାଲ ନବୋଦୟ ବିଦ୍ୟାଳୟରେ ୩ ମାସ ଧରି ଚାଲିଥିବା ବାଳିକା ଆତ୍ମରକ୍ଷା ଶିବିର ଶନିବାର ଉଦଯାପିତ ହୋଇଛି।
ମୁଖ୍ୟ ଅତିଥି ଭାବେ ଅନୁଗୁଳ ଜୁଡୋ ଆସୋସିଏସନ୍ ସମ୍ପାଦକ ସୁଧାଂଶୁ ଶେଖର ପଣ୍ଡା ଯୋଗଦେଇ ଆତ୍ମରକ୍ଷା ବିଷୟରେ ଆଲୋକପାତ କରିଥିଲେ। ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ସିଦ୍ଧାର୍ଥ ଶଙ୍କର ବରାଳଙ୍କ ତତ୍ତ୍ୱାବଧାନରେ ଆୟୋଜିତ କାର୍ଯ୍ୟକ୍ରମରେ ବାଳିକାଙ୍କ ପାଇଁ ଆତ୍ମରକ୍ଷା କୌଶଳର ଆବଶ୍ୟକତା ସମ୍ପର୍କରେ ପରାମର୍ଶ ଦିଆଯାଇଥିଲା।
କାର୍ଯ୍ୟକ୍ରମରେ ଅନୁଗୁଳ ତାଇକୋଣ୍ଡୋ ଆସୋସିଏସନ୍ ସମ୍ପାଦକ ଓ ପ୍ରତିଷ୍ଠାତା ଦୁଷ୍ମନ୍ତ କୁମାର ନାଥ, ବିଜୁ କନ୍ୟାରତ୍ନ ପ୍ରାପ୍ତ ଓ ଜାତୀୟ ଖେଳାଳି ଯସ୍ଲିନ ସାହୁ ପ୍ରଶିକ୍ଷଣ ଦେଇଥିଲେ। କ୍ରୀଡ଼ା ଶିକ୍ଷକ ଆଲୋକ କୁମାର ଓ କ୍ରୀଡ଼ା ଶିକ୍ଷୟିତ୍ରୀ ସୁଚିତ୍ରା ପ୍ରିୟଦର୍ଶିନୀ ପଟ୍ଟନାୟକ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ସମସ୍ତ ଶିକ୍ଷକ ଓ ଶିକ୍ଷୟିତ୍ରୀ ଉପସ୍ଥିତ ଥିଲେ।


