ଅନୁଗୁଳ: ଚଳିତ ମାଟ୍ରିକ ପରୀକ୍ଷାରେ ସ୍ଥାନୀୟ ତାଳଚେର ବ୍ରାହ୍ମଣୀ ମଣ୍ଡଳ ତଥା ୧୯ ନମ୍ବର ଜୋନରେ ଆମ୍ବମୁଣ୍ଡା ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରର ଛାତ୍ରୀ ଇପସିତା ପ୍ରଧାନ ୫୪୯ ନମ୍ବର ରଖି ସ୍କୁଲ ଟପ୍ପର ହୋଇଛନ୍ତି।
ସୋମବାର ବିଜେପି ପକ୍ଷରୁ ତାଙ୍କୁ ବ୍ରଜନାଥପୁର ପଞ୍ଚାୟତ ଅରଖପାଳ ଗ୍ରାମସ୍ଥିତ ଘରେ ସମ୍ବର୍ଦ୍ଧିତ କରାଯାଇଛି। ବିଜେପି ମଣ୍ଡଳ ସଭାପତି ଅଜୟ ସାହୁ, ପ୍ରାକ୍ତନ ମଣ୍ଡଳ ସଭାପତି ତଥା ସରପଞ୍ଚ ନରେଶ ଚନ୍ଦ୍ର ବେହେରା, ଚନ୍ଦନ ସାହୁ, ହରମୋହନ କବି, ରାଜକିଶୋର ବେହେରା ପ୍ରମୁଖ ଇପ୍ସିତାଙ୍କ ଘରେ ପହଞ୍ଚି ତାଙ୍କୁ ସମ୍ମାନିତ କରିଥିଲେ। ଏ ଅବସରରେ ଇପ୍ସିତାଙ୍କ ବାପା ବିଶ୍ୱନାଥ ପ୍ରଧାନ ଓ ମା’ ଗୋଲାପ ପ୍ରଧାନଙ୍କ ସହ ଅନ୍ୟ ପରିବାର ସଦସ୍ୟ ଉପସ୍ଥିତ ଥିଲେ।











