ଓଡ଼ିଶାରେ ଯୁଦ୍ଧ ପ୍ରସ୍ତୁତି! ସିଭିଲ୍‌ ଡିଫେନ୍ସ ସ୍ଥାନ ମଧ୍ୟରେ ଅଛି ତାଳଚେର, କାଲି ୪ଟାରେ ବାଜିବ ସାଇରନ୍‌

You are currently viewing ଓଡ଼ିଶାରେ ଯୁଦ୍ଧ ପ୍ରସ୍ତୁତି! ସିଭିଲ୍‌ ଡିଫେନ୍ସ ସ୍ଥାନ ମଧ୍ୟରେ ଅଛି ତାଳଚେର, କାଲି ୪ଟାରେ ବାଜିବ ସାଇରନ୍‌

ଭୁବନେଶ୍ୱର: ଓଡ଼ିଶାରେ ଯୁଦ୍ଧ ପ୍ରସ୍ତୁତି। ଭାରତ-ପାକ୍‌ ବିବାଦ ମଧ୍ୟରେ ପୂରା ଦେଶକୁ ଆଲର୍ଟ ରହିବାକୁ ପରାମର୍ଶ ଦେଇଛନ୍ତି ସରକାର। ଏଣୁ ସବୁ ରାଜ୍ୟର କିଛି କିଛି ଗୁରୁତ୍ବପୂର୍ଣ୍ଣ ସ୍ଥାନକୁ ଆଲର୍ଟ କରାଯାଇଛି। ଏହି ତାଲିକାରେ ଓଡ଼ିଶାର ୧୨ଟି ସ୍ଥାନ ରହିଛି। ଏସବୁ ସ୍ଥାନରେ ହେବ ସିଭିଲ ଡିଫେନ୍ସ ମକ୍‌ଡ୍ରିଲ୍। ରାଜ୍ୟର ବାଲେଶ୍ୱର, କୋରାପୁଟ, ଭୁବନେଶ୍ୱର, ଗୋପାଳପୁର, ହୀରାକୁଦ, ପାରାଦୀପ, ରାଉରକେଲା, ଭଦ୍ରକ, ଢେଙ୍କାନାଳ, ଜଗତସିଂହପୁର, କେନ୍ଦ୍ରାପଡ଼ା ଓ ତାଳଚେରରେ ନାଗରିକ ସୁରକ୍ଷା ମକ୍‌ଡ୍ରିଲ୍‌।
ତାଳଚେର କାଟାଗୋରି ୱାନ୍ ସ୍ଥାନ ଭାବେ ଚିହ୍ନଟ ହୋଇଥିବା ବେଳେ କାଟାଗୋରି ଟୁ’ରେ ରହିଛି ବାଲେଶ୍ୱର, କୋରାପୁଟ, ଭୁବନେଶ୍ୱର, ଗୋପାଳପୁର, ହୀରାକୁଦ, ପାରାଦୀପ ଏବଂ ରାଉରକେଲା ଏବଂ କାଟାଗୋରି ଥ୍ରି’ରେ ଭଦ୍ରକ, ଢେଙ୍କାନାଳ, ଜଗତସିଂହପୁର ଓ କେନ୍ଦ୍ରାପଡ଼ା ରହିଛି। ସପ୍ତାହେ ଯାଏ ଚାଲିବ ସିଭିଲ୍‌ ଡିଫେନ୍ସ ମକ୍ ଡ୍ରିଲ୍। ଏଥିରେ ଏନ୍‌ସିସି, ସ୍ବେଚ୍ଛାସେବୀ ସଂଗଠନ, ଆପଦାମିତ୍ରଙ୍କୁ ବି ସାମିଲ କରାଯିବ ବୋଲି ଅଗ୍ନିଶମ ଡିଜି ସୁଧାଂଶୁ ଷଡ଼ଙ୍ଗୀ ସୂଚନା ଦେଇଛନ୍ତି।

ଡିଜିଙ୍କ ସୂଚନା ଅନୁସାରେ, ଆସନ୍ତାକାଲି ଅପରାହ୍ନ ୪ଟାରେ ସାଇରନ୍ ବାଜିବ। ୫ ମିନିଟ୍‌ ଧରି ସାଇରନ ବାଜିବ। ଯୁଦ୍ଧକୁ କେଉଁଭଳି ମୁକାବିଲା କରିହେବ ସେଥିପାଇଁ ଏ ପ୍ରସ୍ତୁତି କରାଯିବ।  କେଉଁ ଅଞ୍ଚଳରେ ମକ୍ ଡ୍ରିଲର ଆବଶ୍ୟକତା ରହିଛି ସେନେଇ ଜିଲ୍ଲା କର୍ତ୍ତୃପକ୍ଷ ନିଷ୍ପତ୍ତି ନେବେ। ଆସନ୍ତାକାଲି ଉପକୂଳବର୍ତ୍ତୀ ଜିଲ୍ଲା ଓ ସହରାଞ୍ଚଳରେ ମକ୍ ଡ୍ରିଲ୍ ହେବ ବୋଲି ଡିଜି ସୂଚନା ଦେଇଛନ୍ତି।

Share

Leave a Reply