ଅନୁଗୁଳ: ସମସ୍ତେ ଚାଷ ଗୁରୁତ୍ବପୂର୍ଣ୍ଣ ବୋଲି କହିଥାନ୍ତି। ଚାଷୀ ଭଲରେ ରହିଲେ ଦେଶ ଭଲରେ ରହିବ ବୋଲି କୁହାଯାଏ। କିନ୍ତୁ ଚାଷ ପାଇଁ ସମସ୍ତେ କୁମ୍ଭୀର କାନ୍ଦଣା ହିଁ କାନ୍ଦିଥାନ୍ତି। ଅନୁଗୁଳ ଜିଲ୍ଲାରେ ଶସ୍ୟ, ଡାଲି ଜାତୀୟ ଫସଲ, ତୈଳବୀଜ ଏବ˚ ଉଦ୍ୟାନ କୃଷିର ଚିତ୍ର ଯଦି ଦେଖାଯାଏ, ତେବେ ଉପଯୁକ୍ତମାନର ବିହନ ଅଭାବ ଯୋଗୁଁ ଚାଷୀର ଉତ୍ପାଦନ କିଭଳି ହ୍ରାସ ପାଉଛି ଏବ˚ ଆବଶ୍ୟକ ବେଳେ ଆର୍ଥିକ ସ˚କଟର ସମ୍ମୁଖୀନ ହେଉଛି ତାହା ଜାଣିହେବ। କେବଳ ବଡ଼ ଚାଷୀଙ୍କୁ ଛାଡ଼ିଦେଲେ ମଧ୍ୟମ ଏବ˚ ନାମମାତ୍ର ଚାଷୀଙ୍କ କ୍ଷେତ୍ରରେ ଭଲ ଉନ୍ନତ ବିହନ ପାଇବା ସ୍ବପ୍ନ। ଏହି ବିହନ ପାଇଁ ସେମାନେ ସ୍ଥାନୀୟ କୁଜି ବିକ୍ରେତା ଉପରେ କେତେବେଳେ ନିର୍ଭର କରନ୍ତି ତ କେତେବେଳେ ଘରୋଇ ବିହନ ଦୋକାନରୁ କିଣିଥାନ୍ତି। ଏହାର ପ୍ରୟୋଗ ନେଇ ଯଥେଷ୍ଟ ଜ୍ଞାନ ନଥିଲେ ଫସଲ ନଷ୍ଟ ହେବା ଏକ ପ୍ରକାର ଥୟ। ଧାନ, ତୈଳବୀଜ, ପନିପରିବା ବିହନ କ୍ଷେତ୍ରରେ ସମାନ ଅବସ୍ଥା। କେତେବେଳେ ଫସଲରେ ରୋଗପୋକ ଲାଗିଲେଣି ତ କେତେବେଳେ ପାଣିପାଗରେ ପରିବର୍ତ୍ତନ ହେତୁ ଫସଲ ନଷ୍ଟ ହେଲାଣି। ରାଜ୍ୟ ବିହନ ନିଗମର ଏଠି କିଛି କର୍ତୃତ୍ଵ ଥିବା ମନେହୁଏ ନାହିଁ। ତେବେ ଅନ୍ୟ ଜିଲ୍ଲାରେ ନିଗମ କିଛି ଆଖିଦୃଶିଆ କାମ କରୁଥିବା ବେଳେ ଅନୁଗୁଳ ଜିଲ୍ଲାରେ କାମ ଶୂନ। ଜିଲ୍ଲାପାଳ ଏଥ୍ରପତି ଦୃଷ୍ଟି ଦେଇ ଏ ଜିଲ୍ଲାର ଚାଷୀ କିଭଳି ଉନ୍ନତମାନର ବିହନ ପାଇପାରିବେ ତାହା ସୁନିଶ୍ଚିତ କରିବାକୁ ଚାଷୀ ମହଲରୁ ଦାବି ହୋଇଛି।
ଜିଲ୍ଲାରେ ଚାଷୀଙ୍କୁ ମିଳୁନି ଉନ୍ନତ ମାନର ବିହନ
- Post published:January 19, 2021
- Post category:ମୁଖ୍ୟ ଖବର
- Post comments:0 Comments
- Post author:Biswaranjan Pattnaik
