ଭୁବନେଶ୍ୱର: ଚଳିତ ବର୍ଷ ଅର୍ଥାତ୍ ୨୦୨୫ ମସିହା ଫେବୃଆରୀ ମାସର ଗରମ ଗତ ୧୨୫ ବର୍ଷର ରେକର୍ଡକୁ ଭାଙ୍ଗି ଦେଇଛି। ସୂଚନା ମୁତାବକ, ୧୯୦୧ ମସିହା ଠାରୁ ଦେଶରେ ତାପମାତ୍ରା ରେକର୍ଡ ଆରମ୍ଭ ହୋଇଥିଲା। ତାପରଠାରୁ ଏହା ସବୁଠୁ ଉତ୍ତପ୍ତ ଫେବୃଆରୀ ମାସ ଥିଲା। ପାଣିପାଗ ବିଭାଗ ସୂଚନା ଅନୁଯାୟୀ, ଫେବୃଆରୀ ମାସରେ ଭାରତରେ ହାରାହାରି ତାପମାତ୍ରା ୨୨.୦୪ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଥିଲା, ଯାହା ସ୍ବାଭାବିକ ଠାରୁ ୧.୩୪ ଡିଗ୍ରୀ ସେଲସିୟସ ଅଧୂକ । ସେହିପରି ମାର୍ଚ୍ଚ ରୁ ମେ’ ମାସ ଯାଏଁ ଅସହ୍ୟ ଗରମ ହେବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି।
୨୦୨୫ ଫେବୃଆରୀରେ ୧୨୫ ବର୍ଷର ରେକର୍ଡ ଭାଙ୍ଗିଲା ଗରମ
- Post published:March 1, 2025
- Post category:ମୁଖ୍ୟ ଖବର
- Post comments:0 Comments
- Post author:Swagatika Samantray
Tags: Angul
You Might Also Like
ନବୀନ ଜିନ୍ଦଲଙ୍କ ଜନ୍ମଦିନକୁ ଫିଟନେସ୍ ଦିବସ ଭାବେ ପାଳନ କଲା ଜେଏସପି: ମାରାଥନ, ସ୍ୱାସ୍ଥ୍ୟ ଶିବିର କରିବା ସହ ପିଲାଙ୍କୁ ବାଣ୍ଟିଲା ମିଷ୍ଟାନ୍ନ
ଅନୁଗୋଳରେ ବିଜେଡିକୁ ବଡ଼ ଝଟକା: ବିଜେପିରେ ସାମିଲ ହେଲେ ବଲାସିଂହାର ବହୁ ନେତା ଓ କର୍ମକର୍ତ୍ତା











