ଅନୁଗୁଳ: ସୋମବାର ଯୁବ ଆଇଏନଟିୟୁସି ଅନୁଗୁଳ ଶାଖା ତରଫରୁ ୭ ଦଫାର ଦାବିପତ୍ର ମହାମହିମ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରାଯାଇଛି l ରାଜ୍ୟରେ ବେକାର ଯୁବ ଗୋଷ୍ଠୀକୁ ଚାକିରି ଅବା ବେକାରୀ ଭତ୍ତା, କରୋନା ମହାମାରୀ ସମୟରେ ରୋଜଗାର ହରlଇଥିବା ସମସ୍ତ ଶ୍ରମିକମାନଙ୍କୁ ନିଯୁକ୍ତି, ତା ସହ ତାଲାବନ୍ଦ ସମୟ ରେ ଦରମା , କୃଷି ଆଇନ ପ୍ରତ୍ୟାହାର, ରାଷ୍ଟ୍ରାୟତ ଉଦ୍ୟୋଗ ଘରୋଇକରଣ ନକରିବା ଇତ୍ୟାଦି ଦାବିରେ ଏହି ଦାବିପତ୍ର ପ୍ରଦାନ କରାଯାଇଛି। ଏହି କାର୍ଯ୍ୟକ୍ରମରେ ଯୁବ ଆଇଏନଟିୟୁସି ସଭାପତି ସୁଦୀପ ମିଶ୍ର ,ସାଧାରଣ ସମ୍ପାଦକ ରଶ୍ମିରଞ୍ଜନ ସାହୁ ,ସମ୍ପାଦକ ବାପୁଜୀ ପ୍ରଧାନ,ଭୀମ ଜେନା, ବିମଲ ପ୍ରଧାନ, ବିଶ୍ୱମୋହନ ରଥ, ମନୋଜ ସ୍ବାଇଁ, ଅଶ୍ୱିନୀ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ l
ଯୁବ ଆଇଏନଟିୟୁସି ତରଫରୁ ରାଜ୍ୟପାଳଙ୍କୁ ସ୍ମାରକପତ୍ର
- Post published:January 19, 2021
- Post category:ଅନ୍ୟାନ୍ୟ
- Post comments:0 Comments
- Post author:Sanjeeb Biswal

Tags: Angul