maa mangala vihar

ଖାଲଗାଁରେ ଭୟାବହ ଅଗ୍ନିକାଣ୍ଡ

0

ଅନୁଗୁଳ: ଅନୁଗୁଳ ବ୍ଲକ୍ ତଥା ବନ୍ତଳା ଥାନା ଇଲାକା ଖାଲଗାଁ ଗ୍ରାମରେ ଗତ ବିଳମ୍ବିତ ରାତିରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଏଥିରେ ଦୁଇଟି ପରିବାରର ୬ ବଖରା ଘର ଓ ୮ ଗୁହାଳ ଘର ସମ୍ପୂର୍ଣ୍ଣ ପୋଡିଯାଇଛି। ଅଗ୍ନିକାଣ୍ଡରେ ଗାଈଗୋରୁ ସମେତ ୨୨ଟି ମେଣ୍ଢା ଜୀବନ୍ତ ଜଳିଯାଇଛନ୍ତି। ବିଳମ୍ବିତ ରାତିରେ ପଞ୍ଚୁ ବିଶ୍ବାଳଙ୍କ ଘରେ ପ୍ରଥମେ ନିଆଁ ଲାଗିଥିଲା । ଆଖିପିଛୁଳାକେ ନିଆଁ ଗୁହାଳ ଘର ସମେତ ପଡୋଶୀ ଶିଶିର ବିଶ୍ବାଳଙ୍କ ଘରକୁ ମଧ୍ୟ ମାଡି ଯାଇଥିଲା । ଗ୍ରାମବାସୀ ନିଆଁ ଆୟତ୍ତ କରିବାକୁ ଉଦ୍ୟମ କରି ବିଫଳ ହୋଇଥିଲେ । ଅନୁଗୁଳ ଅଗ୍ନିଶମ କର୍ମଚାରୀ ଘଟଣା ସ୍ଥଳରେ ପହଞ୍ଚି ନିଆଁ ଲିଭାଇଥିଲେ। ସେତେବେଳକୁ ଉଭୟ ପରିବାରର ପିନ୍ଧା ଲୁଗା ବାଦ୍ ଅନ୍ୟ ସବୁ ସାମଗ୍ରୀ ଛାରଖାର ହୋଇଯାଇଥିଲା।

Leave A Reply

Your email address will not be published.