ଘର ଆଗରେ ଇନିସପେକ୍ଟରଙ୍କ ନେମ୍‌ପ୍ଲେଟ୍, ଭିତରେ ଚାଲିଥିଲା ଦେହ ବ୍ୟବସାୟ!

You are currently viewing ଘର ଆଗରେ ଇନିସପେକ୍ଟରଙ୍କ ନେମ୍‌ପ୍ଲେଟ୍, ଭିତରେ ଚାଲିଥିଲା ଦେହ ବ୍ୟବସାୟ!
{"remix_data":[],"remix_entry_point":"challenges","source_tags":[],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"remove":1},"is_sticker":false,"edited_since_last_sticker_save":true,"containsFTESticker":false}

ଅନୁଗୋଳ: ଘର ଆଗରେ ଅବସରପ୍ରାପ୍ତ ପୁଲିସ ଇନିସପେକ୍ଟରଙ୍କ ନେମ୍ ପ୍ଲେଟ୍, ଆଉ ଘର ଭିତରେ ଚାଲିଥିଲା ଦେହ ବ୍ୟବସାୟ। ଖବର ପାଇ ମାଡ଼ି ବସିଲା ସ୍ପେସାଲ ସ୍କ୍ୱାଡ ଓ ଅନୁଗୋଳ ଟାଉନ୍ ଥାନା ପୋଲିସର ମିଳିତ ଟିମ୍। ବାହାର ରାଜ୍ୟର ୨ ଯୁବତୀ, ୨ ଗ୍ରାହକଙ୍କ ସହ ଦେହ ଦଲାଲ ଘର ମାଲିକ ଅଟକ।

ସୂଚନା ଅନୁସାରେ, ଅନୁଗୋଳ ଅମଲାପଡ଼ାରେ କୁଞ୍ଜ ମୋହନ ସ୍ୱାଇଁ, ଇନିସପେକ୍ଟର ଅଫ୍ ପୋଲିସ, ରିଟାୟାର୍ଡ, ଲେଖା ଥିବା ଏକ ଘରେ ମୁହଁ ସଞ୍ଜ ବେଳେ ସେକ୍ସ ରାକେଟ ଚାଲିଥିବା ନେଇ ବିଶ୍ବସ୍ତ ସୂତ୍ରରୁ ଖବର ପାଇଥିଲା ଅନୁଗୋଳ ପୋଲିସ। ତୁରନ୍ତ ସ୍ପେସାଲ୍ ସ୍କ୍ୱାଡ ଓ ଅନୁଗୋଳ ଟାଉନ୍ ଥାନା ପୋଲିସର ଏକ ମିଳିତ ଟିମ ଉକ୍ତ ଘରେ ଛାପା ମାରିଥିଲା। ଚଢ଼ାଉ ବେଳେ ପୋଲିସ ବାହାର ରାଜ୍ୟର ୨ ଦେହଜୀବୀଙ୍କ ସହ ୨ ଜଣ ଗ୍ରାହକଙ୍କୁ ଅସଞ୍ଜତ ଅବସ୍ଥାରେ ଉଦ୍ଧାର କରିଥିଲା। ଏହାସହ ଦେହ ଦଲାଲ ସାଜିଥିବା ଘର ମାଲିକଙ୍କୁ ଅଟକ ରଖି ଅଧିକ ପଚରାଉଚରା ଜାରି ରଖିଛି ପୋଲିସ।

Share

Leave a Reply