ଗୋ ମାଂସ ଖାଇବାକୁ ଗାଈକୁ ପିଟିପିଟି ହତ୍ୟା, ୨ ଯୁବକ ଅଟକ

You are currently viewing ଗୋ ମାଂସ ଖାଇବାକୁ ଗାଈକୁ ପିଟିପିଟି ହତ୍ୟା, ୨ ଯୁବକ ଅଟକ

ଛେଣ୍ଡିପଦା: ଗାଈ ମାଂସ ଖାଇବାକୁ ଗୋ ହତ୍ୟା। ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ବ୍ରାହ୍ମଣବିଲ ଗାଁରେ ଏଭଳି ଅଭାବନୀୟ ଘଟଣା ଘଟିଛି।

ସୂଚନା ମୁତାବକ, ବ୍ରାହ୍ମଣବିଲ ଗାଁରେ ଗୋ ମାଂସ ଖାଇବା ପାଇଁ ଖ୍ରୀଷ୍ଟ ଧର୍ମର କିଛି ଲୋକ ଏକ ଗାଈକୁ ପିଟିପିଟି ମାରି ଦେଇଥିବା ନେଇ ଅଭିଯୋଗ ଆସିଛି। ଏହି ଘଟଣା ନେଇ ଥାନାରେ ଅଭିଯୋଗ କରିବା ପରେ ପୋଲିସ ୨ ଜଣ ଯୁବକଙ୍କୁ ଅଟକ ରଖିଛି। ଅଟକ ଯୁବକ ଦ୍ବୟ ହେଲେ ଅର୍ଜୁନ ଗୋଛାୟତ ଓ ଲେମ୍ବୁ ଗୋଛାୟତ। ଘଟଣାସ୍ଥଳରେ ପୋଲିସ ଓ ପ୍ରାଣୀ ଚିକିତ୍ସକ ପହଞ୍ଚି ଛାନଭିନ୍ ଆରମ୍ଭ କରିଛନ୍ତି।

Share

Leave a Reply