ଗୋଡ଼ିବନ୍ଧ- କଣିହାଁ ରାସ୍ତା ମରାମତି ଦାବିରେ ୫ରେ ଧାରଣା ଦେବ ବିଜେପି

You are currently viewing ଗୋଡ଼ିବନ୍ଧ- କଣିହାଁ ରାସ୍ତା ମରାମତି ଦାବିରେ ୫ରେ ଧାରଣା ଦେବ ବିଜେପି

କଣିହାଁ: କଣିହାଁ ଠାରୁ ଗୋଡ଼ି ବନ୍ଧ ରାସ୍ତାର ଅବସ୍ଥା ଅତ୍ୟନ୍ତ ଶୋଚନୀୟ ହୋଇଥିବାରୁ ତୁରନ୍ତ ରାସ୍ତା ମରାମତି ପାଇଁ ଦାବି କରିଛି ବିଜେପି। ବିଜେପିର ଅଭିଯୋଗ ମୁତାବକ, କଣିହାଁ ବ୍ଲକର ୨୬ଟି ପଞ୍ଚାୟତ ଏହି ରାସ୍ତା ଉପରେ ନିର୍ଭରଶୀଳ। ଏହା କଣିହାଁ ବ୍ଲକର ଦ୍ଵାର କହିଲେ ଭୁଲ ହେବନି। ରାସ୍ତାର ଅବସ୍ଥା ଖରାପ ଥିବାରୁ ଲୋକମାନେ ବ୍ଲକ କାର୍ଯ୍ୟାଳୟକୁ ଯାଇ ପାରୁନାହାନ୍ତି। ଏଥିସହ ଏହି ରାସ୍ତାରେ ବାରମ୍ବାର ଦୁର୍ଘଟଣା ଘଟି ଧନ ଜୀବନ ଯାଉଛି।
ଏନେଇ ବିଜେପି ପକ୍ଷରୁ ପୂର୍ବରୁ ପ୍ରଶାସନକୁ ଅବଗତ କରାଯାଇଥିଲା। ଆଜି ପୁଣିଥରେ ତାଳଚେର ଉପଜିଲ୍ଲାପାଳଙ୍କୁ ପବିତ୍ର ନଗର ମଣ୍ଡଳ ପକ୍ଷରୁ ଏକ ୫ ଦଫା ଦାବିପତ୍ର ପ୍ରଦାନ କରାଯାଇଛି। ଏନେଇ ଆସନ୍ତା ସେପ୍ଟେମ୍ବର ୫ରେ ଗୋଡ଼ି ବନ୍ଧ ଛକରେ ଶାନ୍ତିପୂର୍ଣ୍ଣ ଆନ୍ଦୋଳନ କରି ଭାରିଯାନ ଚଳାଚଳକୁ ବିଜେପି ବିରୋଧ କରିବ ବୋଲି କହିଛି।

ଆଜି ବିଜେପି ନେତା ଅଶୋକ ମହାନ୍ତିଙ୍କ ନେତୃତ୍ଵରେ ପୂର୍ବତନ ସରପଞ୍ଚ ବିଜୟ ପ୍ରଧାନ, ମଣ୍ଡଳ ସଭାପତି ତ୍ରିପୁର ପ୍ରଧାନ, ଓକିଲ ଅର୍ଜୁନ ଭୁତିଆ, ମଣ୍ଡଳ ସଭାପତି ପ୍ରହଲାଦ ସାମଲ, ସମିତିସଭ୍ଯା ପୁଷ୍ପଲତା ପ୍ରଧାନ, ପଣ୍ଡିତ ପ୍ରଧାନ ପ୍ରମୁଖ ଉପସ୍ଥିତ ରହି ଦାବି ପତ୍ର ପ୍ରଦାନ କରିଥିଲେ।

Share

Leave a Reply