ଝରକା ଭାଙ୍ଗି ଲକ୍ଷାଧିକ ଟଙ୍କାର ସୁନା ଓ ଟଙ୍କା ଲୁଟ୍

You are currently viewing ଝରକା ଭାଙ୍ଗି ଲକ୍ଷାଧିକ ଟଙ୍କାର ସୁନା ଓ ଟଙ୍କା ଲୁଟ୍

ଅନୁଗୁଳ:  ତାଳଚେର ଥାନା ଅଧୀନସ୍ଥ ବନ୍ତୋଲ ଗାଁ ସ୍କୁଲ ସାହିର ଜଣଙ୍କ ଘରୁ ରବିବାର ରାତିରେ ଚୋରି ହୋଇଛି। ଗାଁର ସୁନୀଲ କୁମାର ରଥଙ୍କ ଶୋଇବା ଘର ଝରକା ଭାଙ୍ଗି ଲକ୍ଷାଧିକ ଟଙ୍କା ଏବଂ ସୁନାଗହଣା ଚୋରି ହୋଇଥିବା ନେଇ ସେ ଥାନାରେ ଅଭିଯୋଗ କରିଛନ୍ତି।

ଅଭିଯୋଗ ମୁତାବକ, ଗତ କାଲି ପରିବାର ସହ ସୁନୀଲ ଓ ଗୀତା ଗାଁକୁ ଏକ ଗୃହ ପ୍ରବେଶ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଯାଇଥିଲେ। ସନ୍ଧ୍ୟାରେ ଅନ୍ୟମାନେ ଫେରି ଆସିଥିବା ବେଳେ ସୁନୀଲ ଏବଂ ତାଙ୍କ ସ୍ତ୍ରୀ ଗୀତା ଗାଁ ଘରେ ରହିଥିଲେ ତେବେ ଆଜି ସକାଳେ ସୁନୀଲଙ୍କ ସାନ ଭାଇ ଫୋନ୍ କରି ଘରର କବାଟ ଖୋଲୁ ନାହିଁ ବୋଲି କହିଥିଲେ। ଏଥିସହ ଝରକା ଭାଙ୍ଗି ସମସ୍ତ ସୁନା, ରୁପା ଓ ଟଙ୍କା ଚୋରି ହୋଇଯାଇଥିବା ନେଇ ଜଣାଇଥିଲେ। ଚୋରମାନେ ଆଲମିରା ଭାଙ୍ଗି ୪ଟି ସୁନା ଚେନ୍, ଗୋଟିଏ ସୁନା ଲକେଟ୍, କାନଫୁଲ, ମୁଦି ଆଦି ପ୍ରାୟ ୮୦ଗ୍ରାମ ସୁନା, ରୁପା ପାଉଁଜି ଓ ଗୋଡ଼ ମୁଦି ଆଦି ପ୍ରାୟ ୬୦ ହଜାର ଟଙ୍କାର ଗହଣା ସମେତ ନଗଦ ୧ଲକ୍ଷ ୪୦ ହଜାର ଟଙ୍କା ଚୋରି କରିଛନ୍ତି ବୋଲି ଆଜି ସେ ଲିଖିତ ଅଭିଯୋଗ କରିଛନ୍ତି। ତାଳଚେର ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

Share

Leave a Reply