ଅନୁଗୁଳ: ଅନୁଗୁଳ ଟାଉନ୍ ପୋଲିସ ସୋମବାର ଜଣେ ସୁନା ଚେନ୍ ଲୁଟେରାଙ୍କୁ ଗିରଫ କରିଛି। ସୂଚନା ଯେ, ଗତ ୬ ତାରିଖ ଭୋର ସମୟରେ ସହରର ଗିତାଗ୍ରାମର ଭାରତୀ ନାଥ(୫୮) ଫୁଲ ତୋଳି ନିକଟରେ ଥିବା କାଳିମନ୍ଦିରକୁ ଯାଉଥିବା ସମୟରେ ଏକ ବାଇକରେ ଜଣେ ବ୍ୟକ୍ତି ପଛରୁ ଆସି ତାଙ୍କ ମୁହଁକୁ ବନ୍ଦକରି ବେକରୁ ୧୫ ଗ୍ରାମ ଓଜନର ସୁନା ଚେନ୍ ନେଇ ପଳାଇଥିଲା। ଏ ନେଇ ଭାରତୀ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗପାଇ ପୋଲିସ ଏକ ମାମଲା ରୁଜୁକରି ଘଟଣାର ତଦନ୍ତ ଆରମ୍ଭ କରିଥିଲା। ରବିବାର ଅମଲାପଡ଼ାରେ ରହୁଥିବା ଗଞ୍ଜାମ ଗଙ୍ଗପୁର ଥାନା ଅନ୍ତର୍ଗତ ମାଧବରିଡ଼ା ଗାଁର ଶ୍ରୀନିବାସ ଖଣ୍ଡୁଆଳ(୪୭)ଙ୍କୁ ଗିରଫ କରିଛି। ଏଥିସହ ଲୁଟରେ ବ୍ୟବହାର ହୋଇଥିବା ତାଙ୍କ ବାଇକକୁ ଜବତ କରିଛି।
ସୁନା ଚେନ୍ ଲୁଟେରା ଗିରଫ
- Post published:August 2, 2022
- Post category:ଘଟଣା ଓ ଦୁର୍ଘଟଣା
- Post comments:0 Comments
- Post author:Angul TV Bureau

Tags: Angul