ଘରେ କେହି ନ ଥିବା ବେଳେ ତାଲା ଭାଙ୍ଗି ଗହଣା ନେଇଗଲେ ଦୁର୍ବୃତ୍ତ

You are currently viewing ଘରେ କେହି ନ ଥିବା ବେଳେ ତାଲା ଭାଙ୍ଗି ଗହଣା ନେଇଗଲେ ଦୁର୍ବୃତ୍ତ

ଛେଣ୍ଡିପଦା: ଅନୁଗୁଳ ଛେଣ୍ଡିପଦା ଥାନା ଅନ୍ତର୍ଗତ କୋଶଳା ଗ୍ରାମର ଝାରସୁଗୁଡ଼ାସାହିରେ ଘରେ କେହି ନ ଥିବାର ସୁଯୋଗ ନେଇ କଳାକନା ବୁଲାଇଲେ ଦୁର୍ବୃତ୍ତ। ଘରର ତାଲା ଭାଙ୍ଗି ସୁନା,ରୁପା ଇତ୍ୟାଦି ଚୋରି ହୋଇଥିବା ନେଇ ପରିବାର ଲୋକ ଶନିବାର ଛେଣ୍ଡିପଦା ଥାନାରେ ଅଭିଯୋଗ କରିଛନ୍ତି।

ସୂଚନା ମୁତାବକ, କୋଶଳା ଝାରସୁଗୁଡା ସାହିର ସ୍ୱର୍ଗତ ହେମନ୍ତ କୁମାର ସାହୁଙ୍କ ସ୍ତ୍ରୀ ନୟନୀ ସାହୁ ଓ ତାଙ୍କ ପୁତ୍ର ଗତ ଶୁକ୍ରବାର ରାତିରେ ନଥିବା ବେଳେ ଦୁର୍ବୃତ୍ତ ଘରର ତାଲା ଭାଙ୍ଗି ସୁନା କାନଫୁଲ ୨ଟା, ସୁନାମାଳ ୧ଟା, ସୁନା ଲକେଟ ୧ଟା,ରୁପା ପାଉଁଜି ୨ଟା, ରୁପା ଲକେଟ ସହ ନିତ୍ୟବ୍ୟବହାର୍ଯ୍ୟ ସାମଗ୍ରୀ ଚୋରି କରି ନେଇଯାଇଛନ୍ତି। ଏ ନେଇ ନୟନୀ ଛେଣ୍ଡିପଦା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଅଭିଯୋଗକୁ ଭିତ୍ତି କରି ଛେଣ୍ଡିପଦା ପୋଲିସ କେସ ନଂ ୩୧୯/୨୩ରେ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛନ୍ତି।

Share

Leave a Reply