ଖୁସି ଖବର! ତାଳଚେର ଡାକ୍ତରଖାନାରେ ଯୋଗ ଦେଲେ ୬ ଜଣ ନୂଆ ଡାକ୍ତର

You are currently viewing ଖୁସି ଖବର! ତାଳଚେର ଡାକ୍ତରଖାନାରେ ଯୋଗ ଦେଲେ ୬ ଜଣ ନୂଆ ଡାକ୍ତର

ତାଳଚେର: ଦୀର୍ଘବର୍ଷର ଦାବି ପରେ ତାଳଚେର ଉପଖଣ୍ଡ ମଣ୍ଡାପାଳ ସରକାରୀ ଡାକ୍ତରଖାନାରେ ୬ଜଣ ଡାକ୍ତରଙ୍କୁ ନିଯୁକ୍ତି ପ୍ରଦାନ କରାଯାଇଛି। ଏ ନେଇ ତାଳଚେରବାସୀ ଜିଲ୍ଲା ପ୍ରଶାସନ ଓ ରାଜ୍ୟ ସରକାରଙ୍କୁ ଧନ୍ୟବାଦ ଜ୍ଞାପନ କରିଛନ୍ତି। ଏହି ଡାକ୍ତରଖାନାରେ ନୂତନଭାବେ ସର୍ଜରୀ ସ୍ପେଶାଲିଷ୍ଟ ଡା.ବିନୟ କୁମାର ପାଢ଼ୀ, ଡା. ସମ୍ଭବ ମିଶ୍ର, ଅର୍ଥୋ ସ୍ପେଶାଲିଷ୍ଟ ଡ଼ା. ଦୁର୍ଲ୍ଲଭ ସାହୁ, ନିସ୍ତେଜକ ବିଶେଷଜ୍ଞ ଡ଼ା. ରାଜେଶ କୁମାର ସାହୁ, ଶିଶୁବିଭାଗ ଡ଼ା. ମାନସରଞ୍ଜନ ସାହୁ, ଶିଶୁବିଶେଷଜ୍ଞ ଡ଼ା. ଦିଲ୍ଲୀପ୍ ମଲ୍ଲିକ ଯୋଗଦେଇଥିବା ମେଡ଼ିକାଲ ସୂତ୍ରରୁ ଜଣାପଡ଼ିଛି।

ତେବେ ବର୍ତ୍ତମାନ ଏହି ଚିକିତ୍ସାଳୟରେ ସର୍ବମୋଟ ୧୫ଜଣ ଡାକ୍ତର ରହିଥିବା ବେଳେ ମେଡ଼ିସିନ ବିଭାଗର ଜଣେ ବିଶେଷଜ୍ଞ, ସ୍ନାୟୁବିଭାଗ ବିଶେଷଜ୍ଞଙ୍କୁ ନିଯୁକ୍ତି ଦିଆଯିବା ପାଇଁ ବିଭିନ୍ନ ମହଲରେ ଦାବି ହେଉଛି। ଏଥିସହ ମେଡ଼ିକାଲର ସମସ୍ତ ଆବଶ୍ୟକ ଉପକରଣ, ଅଲଟ୍ରାସାଉଣ୍ଡ ମେସିନ୍‌, ଟ୍ରମାକେୟାର୍ ଗୃୃହ କାର୍ଯ୍ୟକ୍ଷମ, ଉନ୍ନତମାନର ରକ୍ତଭଣ୍ଡାର କେନ୍ଦ୍ର, ଜନ ଔଷଧୀ ସ୍ଥାପନ ପାଇଁ ଦାବି ହେଉଛି।

Share

Leave a Reply