ଗୋତମରା କ୍ରିକେଟ ମହାକୁମ୍ଭ: ବାଲେଶ୍ୱରକୁ ହରାଇ ଗ୍ରାଣ୍ଡ ଫାଇନାଲରେ ତମାଣ୍ଡୋ ଭୁବନେଶ୍ୱର

You are currently viewing ଗୋତମରା କ୍ରିକେଟ ମହାକୁମ୍ଭ: ବାଲେଶ୍ୱରକୁ ହରାଇ ଗ୍ରାଣ୍ଡ ଫାଇନାଲରେ ତମାଣ୍ଡୋ ଭୁବନେଶ୍ୱର

ଅନୁଗୁଳ: ଅନୁଗୁଳ ଜିଲ୍ଲା ଗୋତମରା ଖେଳ ପଡ଼ିଆଠାରେ ୧୩ତମ ସର୍ବ ଭାରତୀୟ ଏପି ସିଂହ ମେମୋରିଆଲ ଏବଂ ୩୩ତମ ମା ବ୍ରହ୍ମାୟଣୀ କ୍ରିକେଟ ଟୁର୍ଣ୍ଣାମେଣ୍ଟର ପ୍ରଥମ ସେମି ଫାଇନାଲ ମ୍ୟାଚ ଅନୁଷ୍ଠିତ ହୋଇଛି। ଏହି ରୋମାଞ୍ଚକର ମୁକାବିଲାରେ ଟମାଣ୍ଡୋ ଭୁବନେଶ୍ୱର ଏବଂ ଆଦର୍ଶ କ୍ରିକେଟ କ୍ଲବ୍ ବାଲେଶ୍ୱର ମଧ୍ୟରେ କଡ଼ା ଟକ୍କର ଦେଖିବାକୁ ମିଳିଥିଲା। ଶେଷରେ ତମାଣ୍ଡୋ ଭୁବନେଶ୍ୱର ଦଳ ନିଜର ଶ୍ରେଷ୍ଠ ପ୍ରଦର୍ଶନ ଜାରି ରଖି ବାଲେଶ୍ୱର ଦଳକୁ ପରାସ୍ତ କରିଛି ଏବଂ ଗ୍ରୁପ A ରୁ ଗ୍ରାଣ୍ଡ ଫାଇନାଲକୁ ପ୍ରବେଶ କରିଛି।
ସୂଚନାଯୋଗ୍ୟ ଯେ, ଉଦ୍ଘାଟନୀ ଦିବସରେ ତମାଣ୍ଡୋ ଭୁବନେଶ୍ୱର ଫେମସ କ୍ଲବ୍ କେନ୍ଦୁଝରକୁ ପରାସ୍ତ କରି ସେମି ଫାଇନାଲରେ ନିଜ ସ୍ଥାନ ପକ୍କା କରିଥିଲା।

ଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ଅନେକ ବିଶିଷ୍ଟ ବ୍ୟକ୍ତି ଅତିଥି ଭାବେ ଯୋଗ ଦେଇ ଖେଳାଳିମାନଙ୍କୁ ଉତ୍ସାହିତ କରିଥିଲେ। ଅତିଥିମାନଙ୍କ ମଧ୍ୟରେ ଓଡ଼ିଶା ସରକାରଙ୍କ ଦ୍ଵାରା ଲୋକତନ୍ତ୍ର ସେନାନି ପୁରସ୍କୃତ ତଥା ପୂର୍ବତନ ଖଦୀ ବୋର୍ଡ ଅଧ୍ୟକ୍ଷ ତ୍ରିଲୋଚନ ପ୍ରଧାନ, ଜିଲ୍ଲା ପରିଷଦ ସଭ୍ୟ ପ୍ରିୟଦର୍ଶୀ ପଟ୍ଟନାୟକ, ଅନୁଗୁଳ ବ୍ଲକ ଅଧ୍ୟକ୍ଷା ରାଜଶ୍ରୀ ସାହୁ ଏବଂ ଜିଲ୍ଲା ବିଜେଡି ଉପ ସଭାପତି ଧରଣୀଧର ସାହୁ ପ୍ରମୁଖ ଉପସ୍ଥିତ ଥିଲେ। ଏଥିସହ ରନ୍ତଲେଇ ସରପଞ୍ଚ ମିନାକ୍ଷୀ ବେହେରା, ଜିଲ୍ଲା ବିଜେଡି ସମ୍ପାଦକ ଭାଗିରଥି ମାଝୀ, ନକୁଳ ସାହୁ ଏବଂ ବଡ଼କନ୍ତକୁଳ ବିଜେଡି ସଭାପତି ବୀରେନ ବିଶ୍ଵାଳ ମଧ୍ୟ ଯୋଗ ଦେଇଥିଲେ। ଶେଷରେ ଖେଳାଳି ଖେମା ସାଗର ବଳଙ୍କୁ ଚମତ୍କାର ଖେଳ ପାଇଁ ଶ୍ରୀ ରୀଙ୍କୁ ବରାହ ମ୍ୟାନ ଅଫ୍ ଦି ମ୍ୟାଚ୍ ଟ୍ରଫି ପ୍ରଦାନ କରିଥିଲେ। ଏହି ଟୁର୍ଣ୍ଣାମେଣ୍ଟକୁ ଦେଖିବା ପାଇଁ ସ୍ଥାନୀୟ ଅଞ୍ଚଳର ବହୁ କ୍ରୀଡ଼ାପ୍ରେମୀଙ୍କ ଭିଡ଼ ଜମିଥିଲା।

Share

Leave a Reply