ସରକାରଙ୍କ ବଡ ପଦକ୍ଷେପ: ବ୍ୟାନ କଲେ ୨୫ଟି ଓଟିଟି ଆପ୍

You are currently viewing ସରକାରଙ୍କ ବଡ ପଦକ୍ଷେପ: ବ୍ୟାନ କଲେ ୨୫ଟି ଓଟିଟି ଆପ୍

ଭୁବନେଶ୍ବର: ସରକାର ଆଜି ଏକ ବଡ଼ ନିଷ୍ପତ୍ତି ନେଇ ଉଲ୍ଲୁ, ଅଲ୍ଟ, ଦେଶୀଫ୍ଲିକ୍ସ, ବିଗ୍ ସଟ୍ସ ଏବଂ ଅନ୍ୟାନ୍ୟ ୨୫ଟି ଷ୍ଟ୍ରିମିଂ ଆପ୍ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି। ପୂର୍ବରୁ ଅଶ୍ଲୀଳ ବିଷୟବସ୍ତକୁ ବିରୋଧ କରିଆସୁଥିବା ସରକାର ଆଜି ନିଜର ନୀତିକୁ ଯଥାର୍ଥ କରି ଏହି ନିଷ୍ପତ୍ତି ନେଇଛନ୍ତି।

ରିପୋର୍ଟ ଅନୁଯାୟୀ, ସରକାର ସୂଚନା ପ୍ରଯୁକ୍ତିବିଦ୍ୟା ଆଇନ, ୨୦୦୦ (ଆଇଟି ଆଇନ, ୨୦୦୦) ଏବଂ ଆଇଟି ନିୟମ, ୨୦୨୧ (ମଧ୍ୟବର୍ତ୍ତୀ ନିର୍ଦ୍ଦେଶାବଳୀ ଏବଂ ଡିଜିଟାଲ୍ ମିଡିଆ ନୀତିଶାସ୍ତ୍ର କୋଡ୍) ଅନୁଯାୟୀ ଏହି ଓଟିଟି ଆପ୍ ଏବଂ ୱେବସାଇଟ୍ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ଏହି ଆପ୍ ଏବଂ ୱେବସାଇଟ୍ ମଧ୍ୟରୁ ଅନେକ ସରକାରଙ୍କ ଦ୍ୱାରା ନିର୍ଦ୍ଧାରିତ ବିଷୟବସ୍ତୁ ପ୍ରମାଣପତ୍ରକୁ ବାଇପାସ୍ କରୁଥିଲେ ଏବଂ ଆଇଟି ଆଇନ, ୨୦୨୧ ର ନିୟମ ଉଲ୍ଲଂଘନ କରୁଥିଲେ।

ଏହା ପୂର୍ବରୁ ମାର୍ଚ୍ଚ ମାସରେ ମଧ୍ୟ ଅଶ୍ଳୀଳ ଏବଂ ଆପତ୍ତିଜନକ ବିଷୟବସ୍ତୁ ପ୍ରସାରଣ ପାଇଁ ୧୯ଟି ୱେବସାଇଟ୍, ୧୦ଟି ଆପ୍ ଏବଂ ୫୭ଟି ସୋସିଆଲ ମିଡିଆ ହ୍ୟାଣ୍ଡେଲକୁ ନିଷିଦ୍ଧ କରିଥିଲେ ସରକାର।

Share

Leave a Reply