ଗ୍ରାମ ଉତ୍କର୍ଷ ଅଭିଯାନ ମନ୍ଥନ ଶିବିର ଆୟୋଜିତ: ସବୁ ଗାଁକୁ ଆଦର୍ଶ ଗ୍ରାମରେ ପରିଣତ କରିବାକୁ ପରାମର୍ଶ

You are currently viewing ଗ୍ରାମ ଉତ୍କର୍ଷ ଅଭିଯାନ ମନ୍ଥନ ଶିବିର ଆୟୋଜିତ: ସବୁ ଗାଁକୁ ଆଦର୍ଶ ଗ୍ରାମରେ ପରିଣତ କରିବାକୁ ପରାମର୍ଶ

ଅନୁଗୁଳ: ରାଜ୍ୟ ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ, ସଂଖ୍ୟାଲଘୁ ସମ୍ପ୍ରଦାୟ ଓ ପଛୁଆ ବର୍ଗ କଲ୍ୟାଣ ବିଭାଗ ଆନୁକୂଲ୍ୟରେ କେନ୍ଦ୍ର ସରକାର ଧରତୀ ଆବା ଜନଜାତୀୟ ଗ୍ରାମ ଉତ୍କର୍ଷ ଅଭିଯାନ ୨୦୨୪ ଜିଲ୍ଲାସ୍ତରୀୟ ମନ୍ଥନ ଶିବିର ଆଜି ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଜିଲ୍ଲାପାଳ ଆବଦାଲ ଏମ ଅଖତରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି।

ଶିବିରରେ ଜିଲ୍ଲା ମଙ୍ଗଳ ଅଧିକାରୀ ଦିଲ୍ଲୀପ କୁମାର ମିଶ୍ର ଶିବିରର ଆବାହକ ଥିବା ବେଳେ ସମସ୍ତ ଉପଜିଲ୍ଲାପାଳ, ଗୋଷ୍ଠୀ ଉନ୍ନୟନ ଅଧିକାରୀ, ୧୭ ଟି ବିଭାଗର ବିଭାଗୀୟ ଅଧିକାରୀ ମାନେ ଯୋଗଦାନ କରିଥିଲେ।
ଏସଏସଡି ବିଭାଗର ମୁଖ୍ୟ ରୁଦ୍ର ରଥ ଯୋଗଦେଇ ଶିବିରର ଲକ୍ଷ୍ୟ ବିଷୟରେ ବିଭାଗୀୟ ଅଧିକାରୀଙ୍କୁ ଅବଗତ କରିଥିଲେ। ଏହି ଅଭିଯାନରେ ଅନ୍ତର୍ଭୁକ୍ତ ହୋଇଥିବା ସମସ୍ତ ଅନୁସୂଚିତ ଜାତି ଓ ଜନଜାତି ବହୁଳ ୫୯ ଟି ଗ୍ରାମରେ ସମସ୍ତ ବ୍ୟକ୍ତିଗତ ତଥା ସାମୂହିକ ସୁବିଧା ସୁଯୋଗ ଯୋଗାଇ ଦେଇ ସମସ୍ତ ଗ୍ରାମକୁ ଆଦର୍ଶ ଗ୍ରାମ ଭାବରେ ପରିଣତ କରିବାକୁ ପରାମର୍ଶ ଦେଇଥିଲେ।

Share

Leave a Reply