ଜେଜେବାପାଙ୍କୁ ମରଣାନ୍ତକ ଆକ୍ରମଣ, ନାତି ଗିରଫ

You are currently viewing ଜେଜେବାପାଙ୍କୁ ମରଣାନ୍ତକ ଆକ୍ରମଣ, ନାତି ଗିରଫ

ଅନୁଗୁଳ: ଅନୁଗୁଳ ଟାଉନ୍ ଥାନା ନୂଆପଡ଼ା ଗାଁରେ ଜେଜେବାପାଙ୍କୁ ମରଣାନ୍ତକ ଆକ୍ରମଣ କରିବା ଅଭିଯୋଗରେ ପୋଲିସ ସୋମବାର ନାତିଙ୍କୁ ଗିରଫ କରିଛି।

ସୂଚନା ମୁତାବକ, ନୂଆପଡ଼ା ଗାଁର କାହ୍ନୁ ଦେହୁରୀ(୮୫)ଙ୍କ ୨ ନାତି ଜମି ବାଡ଼ିକୁ ନେଇ ଝଗଡ଼ା କରୁଥିଲେ। ଏହା ଦେଖି କାହ୍ନୁ ତାଙ୍କ ବଡ଼ ନାତି ସୁନୀଲ ଦେହୁରୀ(୨୮)ଙ୍କୁ ଝଗଡ଼ା କାଇଁ କରୁଛ। ସବୁ ଭାଗ ନିୟମ ଅନୁସାରେ ହୋଇଛି। ଏହା ଶୁଣି ସୁନୀଲ ଏକ ଇଟାରେ କାହ୍ନୁଙ୍କ ମୁଣ୍ଡକୁ ଛେଚି ରକ୍ତାକ୍ତ କରିଥିଲେ। ଗୁରୁତର ଅବସ୍ଥାରେ କାହ୍ନୁ ମେଡିକାଲ ଯାଇଥିଲେ। ଏ ନେଇ ସେ ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୋଲିସ ଏକ ମାମଲା ରୁଜୁ କରି ସୋମବାର ଅଭିଯୁକ୍ତ ସୁନୀଲକୁ ଗିରଫ କରି କୋର୍ଟ ଚାଲାଣ କରିଛି।

Share

Leave a Reply