ଅନୁଗୁଳ: ବଅଁରପାଳ ଥାନା ମହୀଧରପୁର ଫାଣ୍ଡି ଅନ୍ତର୍ଗତ ଫୁଲପଡ଼ା ନିକଟ ଗିରିଧିବାସିଆରେ ଏକ ନିର୍ମାଣାଧୀନ ବିଦ୍ୟୁତ୍ ସବଷ୍ଟେସନ୍ରୁ ୬ ଲକ୍ଷରୁ ଅଧିକ ଟଙ୍କାର ଉପକରଣ ଚୋରି ହୋଇଛି । ପୁଲିସ ସୂତ୍ରରୁ ପ୍ରକାଶ, ଗୁପ୍ତା ପାୱାର ନାମକ ଏକ ଠିକାସଂସ୍ଥା ପକ୍ଷରୁ ୧୧ କେଭି ଓ ୩୩ କେଭି ବିଦ୍ୟୁତ୍ ଲାଇନ୍ କାମ କରାଯାଉଛି । କେତେକ ଦୁର୍ବୃତ୍ତ ଗତ ୧୭ ତାରିଖ ରାତିରେ ପାଚେରି ଡେଇଁ ନିର୍ମାଣାଧୀନ ସବଷ୍ଟେସନ୍ ଭିତରେ ପଶିଥିଲେ । ସେଠାରେ ଥିବା ସୁରକ୍ଷାକର୍ମୀଙ୍କ ହାତ,ଗୋଡ଼ ବାନ୍ଧି କଣ୍ଡକ୍ଟର, ଅନ୍ୟ ଉପକରଣ ସମେତ ୬ ଲକ୍ଷରୁ ଅଧିକ ଟଙ୍କାର ଉପକରଣ ଧରି ଚମ୍ପଟ ମାରିଥିଲେ। ଠିକାସଂସ୍ଥାର ଯନ୍ତ୍ରୀ ଏ ସଂପର୍କରେ ଥାନାରେ ଅଭିଯୋଗ କରିଛନ୍ତି। ଏ ସଂପର୍କରେ ମାମଲା ରୁଜୁକରି ତଦନ୍ତ ଚାଲିଥିବା ଥାନାଧିକାରୀ ସୁନିଲ କର କହିଛନ୍ତି।
