maa mangala vihar

ଅନୁଗୁଳ ସହରରେ ଛିନ୍‌ତାଇ

ମହିଳାଙ୍କ ବେକରୁ ଝିଙ୍କିନେଲେ ସୁନାଚେନ୍‌

0

ଅନୁଗୁଳ: ଅନୁଗୁଳ ସହରରେ ମାତିଛନ୍ତି ଛିନ୍‌ତାଇ ଗ୍ୟାଙ୍ଗ୍‌। ମୋବାଇଲ୍‌ ଲୁଟ ସହରରେ ନିତିଦିନିଆ ଘଟଣା ହୋଇଥିବା ବେଳେ ରବିବାର ସନ୍ଧ୍ୟାରେ ଜଣେ ମହିଳା ଲୁଟ୍‌ର ଶିକାର ହୋଇଛନ୍ତି। ଶଙ୍କର ସିନେମା ରୋଡରେ ଦୁବୃର୍ତ୍ତ ତାଙ୍କ ବେକରୁ ସୁନା ଚେନ୍‌ ଛିଣ୍ତାଇ ଚମ୍ପଟ ମାରିଛନ୍ତି। ଏ ନେଇ ଅନୁଗୁଳ ଥାନାରେ ଅଭିଯୋଗ ହେବା ପରେ ପୁଲିସ୍‌ ଛାନ୍‌ଭିନ୍‌ ଚଳାଇଛି।
ପୁଲିସ୍‌ ସୂଚନା ମୁତାବକ, ଲୁଟ୍‌ର ଶିକାର ହୋଇଥିବା ମହିଳା ହେଲେ ଅନୁଗୁଳ ଶଙ୍କର ସିନୋ ରୋଡ୍‌ର ଭୂମିକା ଗୁପ୍ତା। ସେ ରବିବାର ସନ୍ଧ୍ୟାରେ ଜଗନ୍ନାଥ ମନ୍ଦିିରରୁ ଘରକୁ ଫେରୁଥିଲେ। ସନ୍ଧ୍ୟା ପ୍ରାୟ ସାଢେ଼ ୭ଟା ବେଳେ ସେ ତାଙ୍କ ଘରଠୁଁ ଅଳ୍ପ ଦୂରରେ ଥିବା ବେଳେ ଏକ ବାଇକ୍‌ରେ ୩ ଜଣ ଯୁବକ ପହଞ୍ଚିଥିଲେ। ଜଣେ ଦୁବୃର୍ତ୍ତ ତାଙ୍କୁ ଛୁରି ଦେଖାଇଥିଲା। ଅନ୍ୟ ଜଣେ ତାଙ୍କ ବେକରୁ ସୁନା ଚେନ୍‌ ଛିଣ୍ତାଇ ନେଇଥିଲେ। ଦୁର୍ବୃତ୍ତଙ୍କ ଧକ୍କାରେ ଛିଟିକି ହୋଇ ପଡ଼ିଥିଲେ ଭୂମିକା। ପରିବାର ଲୋକ ଦୁବୃର୍ତ୍ତଙ୍କ ପିଛା କରିଥିଲେ ହେଁ ସେମାନଙ୍କୁ ଧରି ପାରିନଥିଲେ। ଏ ନେଇ ଅନୁଗୁଳ ଥାନାରେ ଲିଖିତ ଅଭିଯୋଗ ହେବା ପରେ ପୁଲିସ୍ ଅନୁସନ୍ଧାନ ଚଳାଇଛି।

Leave A Reply

Your email address will not be published.