ଶୋଇଥିବା ବେଳେ ରେଙ୍ଗାଳି ପଞ୍ଚାୟତର ସରପଞ୍ଚଙ୍କ ସ୍ଵାମୀ ସୁଶାନ୍ତ ସେଠୀଙ୍କ ମୃତ୍ୟୁ, କାରଣ ଅସ୍ପଷ୍ଟ

You are currently viewing ଶୋଇଥିବା ବେଳେ ରେଙ୍ଗାଳି ପଞ୍ଚାୟତର ସରପଞ୍ଚଙ୍କ ସ୍ଵାମୀ ସୁଶାନ୍ତ ସେଠୀଙ୍କ ମୃତ୍ୟୁ, କାରଣ ଅସ୍ପଷ୍ଟ

ରେଙ୍ଗାଳି: କଣିହାଁ ବ୍ଲକ ରେଙ୍ଗାଳି ପଞ୍ଚାୟତ ସରପଞ୍ଚଙ୍କ ସ୍ଵାମୀ ସୁଶାନ୍ତ ସେଠୀଙ୍କ ମୃତ୍ୟୁ ଘଟିଛି। ଏହି ଖବର ପ୍ରଚାରିତ ହେବା ପରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।

ସୂଚନା ମୁତାବକ, ରେଙ୍ଗାଳି ସରପଞ୍ଚଙ୍କ ସ୍ଵାମୀ ସୁଶାନ୍ତ ସେଠୀ (୩୮) ଟିପିସିଓଡ଼ିଏଲର ରେଙ୍ଗାଳି ସେକ୍ସନରେ ଲାଇନ୍ ମ୍ୟାନ ଭାବେ କାର୍ଯ୍ୟ କରୁଥିଲେ। ସେ ହାତିଆଦଣ୍ଡା କଲୋନୀର ଏକ ସରକାରୀ କ୍ଵାର୍ଟରରେ ସପରିବାର ରହୁଥିଲେ।

ଗତକାଲି ବିଳମ୍ବିତ ରାତିରେ ସାଙ୍ଗମାନଙ୍କ ସହ ଭୋଜିକରି କ୍ଵାଟରକୁ ଫେରି ସେ ଶୋଇଯାଇଥିଲେ। ଆଜି ସକାଳୁ ନିଦରୁ ନ ଉଠିବାରୁ ତାଙ୍କ ସ୍ତ୍ରୀ ତୁରନ୍ତ ତାଙ୍କୁ କଣିହାଁ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରି ରେଙ୍ଗାଳି ଥାନାକୁ ଖବର ଦେଇଥିଲେ। ରେଙ୍ଗାଳି ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରିବା ସହ ଏକ ଅପମୃତ୍ୟୁ ମାମଲା ରୁଜୁ କରି ବ୍ୟବଚ୍ଛେଦ ପାଇଁ ପାଳଲହଡା ପଠାଇଛି।
ଅନ୍ୟପଟେ ସରପଞ୍ଚଙ୍କ ସ୍ୱାମୀଙ୍କ ମୃତ୍ୟୁରେ ପାଳଲହଡ଼ା ଯୁବ ବିଧାୟକ ମୁକେଶ କୁମାର ପାଳ ଶୋକ ବ୍ୟକ୍ତ କରିବା ସହ ଶୋକସନ୍ତପ ପରିବାରକୁ ସମବେଦନା ଜଣାଇଛନ୍ତି।

Share

Leave a Reply