ଖମାର କଲେଜରେ ଖୋଲିଲା ଯୁକ୍ତ ଦୁଇ ବାଣିଜ୍ୟ ବିଭାଗ, ଅନୁମତି ଦେଲେ ରାଜ୍ୟ ସରକାର

0

ଖମାର: ଅନୁଗୁଳ ଜିଲ୍ଲା ପାଳଲହଡ଼ା ଉପଖଣ୍ଡ ଅନ୍ତର୍ଗତ ଉତ୍କଳମଣି ଗୋପବନ୍ଧୁ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଚଳିତ ଶିକ୍ଷାବର୍ଷ ୨୦୨୩-୨୪ ଠାରୁ ଯୁକ୍ତ ଦୁଇ ଶ୍ରେଣୀରେ କମର୍ସ ଖୋଲିବା ପାଇଁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅନୁମତି ପ୍ରଦାନ କରିଛନ୍ତି। ଏନେଇ ଉଚ୍ଚମାଧ୍ୟମିକ ନିର୍ଦ୍ଦେଶାଳୟ କାର୍ଯ୍ୟାଳୟ ଆଦେଶ ପତ୍ରସଂଖ୍ୟା ୫୮୯୪ ତା.୬/୬/୨୦୨୩ ରେ ନିର୍ଦ୍ଦେଶ ଦିଆଯାଇଛି।

ସୂଚନାଯୋଗ୍ୟ ଯେ ୧୯୭୯ ମସିହାରୁ ପ୍ରତିଷ୍ଠିତ ଏହି ମହାବିଦ୍ୟାଳୟରେ କଳା ଓ ବିଜ୍ଞାନରେ ଯୁକ୍ତ ୨ ଓ ଯୁକ୍ତ ୩ ଶ୍ରେଣୀ ଅନର୍ସରେ ଶିକ୍ଷାଦାନ ବ୍ୟବସ୍ଥା ବହୁଦିନରୁ ଥିଲେ ମଧ୍ୟ କମର୍ସ ବା ବାଣିଜ୍ୟ ବିଭାଗ ଖୋଲି ନଥିବାରୁ ସ୍ଥାନୀୟ ଛାତ୍ରଛାତ୍ରୀ ଓ ଅଭିଭାବକ ଏହି ପାଠ୍ୟକ୍ରମ ଖୋଲିବା ପାଇଁ ଦୀର୍ଘ ଦିନ ହେଲା ଦାବି କରିଆସୁଥିଲେ। ଏଣୁ ଏବେ ରାଜ୍ୟ ସରକାର ଅନୁମତି ପ୍ରଦାନ କରିବା ପରେ ସ୍ଥାନୀୟ ଅଞ୍ଚଳରେ ଖୁସିର ଲହରୀ ଖେଳିଯାଇଛି।

Leave A Reply

Your email address will not be published.

error: Content is protected !!