ଦେଶୀ ବରକୁ ବିଦେଶୀ ବୋହୂ: ଘରୋଇ ହିଂସାକୁ ନେଇ ଥାନାର ଦ୍ବାରସ୍ଥ

You are currently viewing ଦେଶୀ ବରକୁ ବିଦେଶୀ ବୋହୂ: ଘରୋଇ ହିଂସାକୁ ନେଇ ଥାନାର ଦ୍ବାରସ୍ଥ

ଅନୁଗୁଳ: ପ୍ରାୟ ୭ ବର୍ଷ ତଳେ ଭୁବନେଶ୍ବରରେ ଦେଖା। ଅନୁଗୁଳିଆ ବରକୁ ଋଷିଆ ବୋହୂ। ଓଡ଼ିଶା ବୁଲି ଆସିଥିବା ଛ’ ବିଦେଶିନୀଙ୍କ ମଧ୍ୟରୁ ଜଣେ ପଡ଼ିଲା ପ୍ରେମ ପାଲରେ। ବାହା ହୋଇଗଲେ ଦୁଇ ଜଣ। ଅନୁଗୁଳ ଅମଲା ପଡ଼ାରେ ରହନ୍ତି । ବାହା ପରେ ବିଦେଶୀ ବୋହୂଙ୍କ ଉପରେ ଆରମ୍ଭ ହୁଏ ନିର୍ଯାତନା। ବ୍ଲାକମେଲିଂ ଫଳରେ ବିଦେଶରୁ ବାପଘର ଦିଅନ୍ତି ଲକ୍ଷ ଲକ୍ଷ ଟଙ୍କା। ଅୟସ କରେ ଯୁବକ ଜଣକ। ଅଧିକ ନିର୍ଯାତନା ଯୋଗୁଁ ଥାନାରେ ପହଞ୍ଚେ କଥା ଥାନା ମାମଲା ତୁଟେଇ ଘରକୁ ଦୁଲା ଦୁହ୍ଲନଙ୍କୁ ପଠେଇ ଦିଏ। ଶୁକ୍ରବାର ପରିସ୍ଥିତି କିନ୍ତୁ ଭିନ୍ନ ଥିଲା।

ଗତ କାଲି ମଧ୍ୟ ଯୁବକ ଜଣକ ବାଡ଼ିଆ ପିଟା କରିବାରୁ ବୋହୂ ଜଣକ ଥାନାରେ ଅଭିଯୋଗ କଲା। ଥାନାବାବୁ ଯୁବକ ଜଣକୁ ପୁଣି ଥାନାରେ ବସାଇ ଦେଲେ।ହେଲେ ନିର୍ଯାତନାର ସୀମା ଡେଇଁ ସାରିଥିବା ବିଦେଶୀ ବୋହୂ ଥାନାରେ ସିଧା ସିଧା କହିଥିଲା – ଆଜି ଯାଏ ମୁଁ ଲକ୍ଷ ଲକ୍ଷ ଟଙ୍କା ଦେଇ ଆସିଛି। ଆଜି ତୁ ମତେ ୭ ଲକ୍ଷ ଦେ ମୁଁ ଋଷିଆ ଫେରିଯିବି। ହେଲେ ପୋଲିସ ଭାଇ ଉଭୟଙ୍କୁ ବୁଝା ସୁଝା କରି ପୁଣି ବିଦା କରି ଦେଇଥିଲା। ପ୍ରେମ କରି ଶେଷକୁ ହଟହଟା ହେଉଥିବାରୁ ସ୍ଥାନୀୟ ଅଞ୍ଚଳରେ ଏହା ବେଶ୍ ଚର୍ଚ୍ଚାର ବିଷୟ ହୋଇଛି।

Share

Leave a Reply