ଅଟୋଚାଳକ ସଞ୍ଜୟ ପ୍ରଧାନଙ୍କ ମହାନତା, ନିରାଶ୍ରୟଙ୍କୁ ବାଣ୍ଟିଲେ କମ୍ବଳ

You are currently viewing ଅଟୋଚାଳକ ସଞ୍ଜୟ ପ୍ରଧାନଙ୍କ ମହାନତା, ନିରାଶ୍ରୟଙ୍କୁ ବାଣ୍ଟିଲେ କମ୍ବଳ

ଆଠମଲ୍ଲିକ : ଆଠମଲ୍ଲିକ ବ୍ଲକ ଅନ୍ତର୍ଗତ ମଇମୁରା ଗ୍ରାମ ପଞ୍ଚାୟତ ଧୋଡ଼ାଖୋଳ ଗ୍ରାମର ଯୁବ ସମାଜସେବୀ ତଥା ଅଟୋଚାଳକ ସଞ୍ଜୟ ପ୍ରଧାନ ବଡ଼ଦିନ ଅବସରରେ ନିରାଶ୍ରୟ ବୃଦ୍ଧବୃଦ୍ଧା, ଭିନ୍ନକ୍ଷମ ଯୁବକ ଯୁବତୀ, ବିଧବା ମହିଳାଙ୍କୁ ୨୫ ଟି କମ୍ବଳ ବଣ୍ଟନ କରାଯାଇଛି।

ଏଥିସହ କଳଚିକଟା ମଠରେ ଥିବା ଜଣେ ମହିମା ଧର୍ମୀ ବାବାଙ୍କୁ କମ୍ବଳ ଓ ଏକ ମାସର ଚାଉଳ, ଶୁଖିଲା ଖାଦ୍ୟ ସାମଗ୍ରୀ ଯୋଗାଇ ଦେଇଛନ୍ତି। ସମାଜସେବୀଙ୍କ ଏଭଳି କାର୍ଯ୍ୟକୁ ସାଧାରଣରେ ପ୍ରଶଂସା କରାଯାଇଛି।
କାର୍ଯ୍ୟକ୍ରମରେ ସ୍ଥାନୀୟ ଗ୍ରାମବାସୀ, ଆଠମଲ୍ଲିକ ଓକିଲ ସଂଘ ସଭାପତି ସୁଶାନ୍ତ କୁମାର ମହାପାତ୍ର, ସ୍ବେଚ୍ଛାସେବୀ ସଂଗଠନ ସମାଧାନର ସମ୍ପାଦକ ବିନୟ କୁମାର ପଟ୍ଟନାୟକ, ସମାଜ ସେବୀ ଶତ୍ରୁଘ୍ନ ସାହୁ, ପୂର୍ବତନ ସରପଞ୍ଚ ଅନାମ ଚରଣ ସ୍ୱାଇଁ ପ୍ରମୁଖ ଉପସ୍ଥିତ ଥିଲେ।

Share

Leave a Reply