ଅନୁଗୁଳ ସମେତ ୯ ଜିଲ୍ଲାରେ ଭୂତଳ ଜଳ କମୁଛି

You are currently viewing ଅନୁଗୁଳ ସମେତ ୯ ଜିଲ୍ଲାରେ ଭୂତଳ ଜଳ କମୁଛି

ଅନୁଗୁଳ: ରାଜ୍ୟରେ ଅନୁଗୁଳ ଜିଲ୍ଲା ସମେତ ନ ଟି ଜିଲ୍ଲାରେ ଭୂତଳ ଜଳ ସ୍ତର ଢେର୍ କମିଛି। ବର୍ଷା ଜଳ ଅମଳ ପ୍ରକଳ୍ପ ଓ ଭୂତଳ ଜଳ ପୁନର୍ଭରଣ କରିବା ପାଇଁ ସରକାରୀ ସ୍ତରରେ ଯେତେ ଉଦ୍ୟମ ହୋଇଥିଲା ତାହା ଫେଲ ମାରିଚି। ଏକ ରିପୋର୍ଟରେ କୁହାଯାଇଛି ଗତ ଏକ ବର୍ଷ ମଧ୍ୟରେ ରାଜ୍ୟରେ ଭୂତଳ ଜଳର ବ୍ୟବହାର ୦.୧୬ ବିଲିଅନ କ୍ୟୁବିକ ମିଟର ବଢ଼ିଥିବା ବେଳେ ଜଳ ଅମଳ ୦.୪୪ କ୍ୟୁବିକ୍ ମିଟର କମିଛି। ବର୍ଷକୁ ଏବେ ଜଳସେଚନ ବା କୃଷି କ୍ଷେତ୍ରରେ ୫.୯୬ ବିଲିଅନ କ୍ୟୁବିକ ମିଟର,ଶିଳ୍ପ ପାଇଁ ୦.୧୮ ବିଲିଅନ କ୍ୟୁବିକ ମିଟର ଏବଂ ଘରୋଇ କାର୍ଯ୍ୟ ପାଇଁ ୧.୨୫ ବିଲିଅନ କ୍ୟୁବିକ ମିଟର ଜଳ ଖର୍ଚ୍ଚ ହେଉଅଛି।

ସହରାଞ୍ଚଳରେ ପିଇବା ଠାରୁ ଆରମ୍ଭ କରି ଗାଡି ଧୋଇବା ଯାଏ ବହୁ ଜଳ ଖର୍ଚ୍ଚ ହେଉଛି।ଅନେକ କ୍ଷେତ୍ର ରେ ଲୋକଙ୍କ ଅସାବଧାନତା ହେତୁ ବହୁ ଜଳ ନଷ୍ଟ ମଧ୍ୟ ହେଉଛି।ଓଡ଼ିଶାର ୩୧୪ ଟି ବ୍ଲକ୍ ମଧ୍ୟରୁ ୨୯୯ଟି ବ୍ଲକ୍ ରେ ଭୂତଳ ଜଳସ୍ତର ନିରାପଦ ମାନ୍ୟତା ରେ ଥିବା ବେଳେ ୬ ଟି ବ୍ଲକ୍ ରେ ପାଣି ମାତ୍ରା ଧିକ ଖାରିଆ ରହିଛି। ଅନ୍ୟପକ୍ଷରେ ଅନୁଗୁଳ ସମେତ ୯ ଟି ଜିଲ୍ଲାରେ ଜଳସ୍ତର ସେମି କ୍ରିଟିକାଲ୍ ସ୍ତରରେ ଅଛି। ଅନ୍ୟ ଜିଲ୍ଲା ମଧ୍ୟରେ ଖୋର୍ଦ୍ଧା,ବାଲେଶ୍ଵର,ଯାଜପୁର,ଝାରସୁଗୁଡ଼ା,ନୟାଗଡ଼ ଜିଲ୍ଲାର କେତେକ ବ୍ଲକ୍ ଅନ୍ତର୍ଭୁକ୍ତ।ବେଳହୁଁ ଭୂତଳ ଜଳ ବୃଦ୍ଧି ନେଇ ଜନ ସଚେତନତା ବୃଦ୍ଧି ନ ହେଲେ ଆଗାମୀ ଦିନରେ ଜଳ ସଙ୍କଟ ଗୁରୁତର ହେବା ଆମ ଜିଲ୍ଲାରେ ଖଣି ଖଦାନ ସଂଖ୍ୟା ଯେଭଳି ବଢ଼ିବାରେ ଲାଗିଛି ଜଳ ଅମଳ ପ୍ରକଳ୍ପ ଗୁଡ଼ିକୁ ଆନ୍ତରିକତା ର ସହ ଯଦି କାର୍ଯ୍ୟକାରୀ କରା ନ ଯାଏ ତେବେ ଗୁରୁତର ଜଳ ସଙ୍କଟ ସୃଷ୍ଟି ହେବା ସୁନିଶ୍ଚିତ।

Share

Leave a Reply