ବଢୁଛନ୍ତି ସେୟାର ବଜାରର ନିବେଶକାରୀ: ବର୍ଷକରେ ୪ କୋଟି ବୃଦ୍ଧି

0

 

ମୁମ୍ବାଇ: ବଢୁଛନ୍ତି ସେୟାର ବଜାରର ନିବେଶକାରୀଙ୍କ ସଂଖ୍ୟା। ଗତବର୍ଷ ଖୁଚୁରା ନିବେଶକ ସଂଖ୍ୟା (ଡିମାଟ୍‌ ଆକାଉଣ୍ଟ୍) ୪.୦୩ କୋଟି (୩୧.୨୩ %) ବୃଦ୍ଧି ଘଟିଛି। ଏଥିରେ ୧.୨୮ କୋଟି ନିବେଶକ (୩୨.୧୬%) ନୂଆ ନିବେଶକ ବିହାର, ମଧ୍ୟପ୍ରଦେଶ, ରାଜସ୍ଥାନ ଏବଂ ଉତ୍ତର ପ୍ରଦେଶରୁ ଆସିଛନ୍ତି। ଆର୍ଥିକ ରୂପେ ପଛୁଆ ବା ‘ବିମାରୁ’ ରାଜ୍ୟ ଭାବେ ଏମାନେ ଜଣାଶୁଣା। ଅନ୍ୟପକ୍ଷରେ ଉନ୍ନତ ରାଜ୍ୟ ତାମିଲନାଡ଼ୁ, କର୍ଣ୍ଣାଟକ, କେରଳ, ତେଲେଙ୍ଗାନାରେ କେବଳ ୫୨.୧୦ ଲକ୍ଷ (୧୨.୯୨%) ନୂଆ ନିବେଶକ ଯୋଡ଼ି ହୋଇଛନ୍ତି।

ଉତ୍ତରପ୍ରଦେଶରେ ମୋଟ ନିବେଶକଙ୍କ ସଂଖ୍ୟା ବୃଦ୍ଧି ପାଇ ୧.୮୧ କୋଟିରେ ପହଞ୍ଚିଛି। ବର୍ତ୍ତମାନ ଗୁଜରାଟକୁ ପଛରେ ପକାଇ ମହାରାଷ୍ଟ୍ର ପରେ ଦ୍ବିତୀୟ ବଡ ସେୟାର ବଜାର ନିବେଶକ ଥିବା ରାଜ୍ୟରେ ଉତ୍ତର ପ୍ରଦେଶ ପରିଣତ ହୋଇଛି। ମହାରାଷ୍ଟ୍ରରେ ୩.୧୯ କୋଟି ଏବଂ ଗୁଜରାଟରେ ୧.୬୦ କୋଟି ସେୟାର ବଜାର ନିବେଶକ ରହିଛନ୍ତି। ଗତ ୩ ବର୍ଷରେ ଡିମାଟ୍‌ ଆକାଉଣ୍ଟ ସଂଖ୍ୟା ବୃଦ୍ଧି ପାଇ ୩ ଗୁଣା ହୋଇଛି। ୨୦୨୧ରେ ଏହି ସଂଖ୍ୟା ୫.୪୪ କୋଟି ଥିଲା। ବର୍ତ୍ତମାନ ଏହା ୧୬.୯୬ କୋଟିରେ ପହଞ୍ଚିଛି।
ଗତବର୍ଷକ ମଧ୍ୟରେ ସେୟାର ବଜାରରେ ୨୦ ପ୍ରତିଶତ ବୃଦ୍ଧି ଦେଖାଦେଇଛି। ଆଗାମୀ ଦିନରେ ଏହି ସଂଖ୍ୟା ଦ୍ରୁତଗତିରେ ବୃଦ୍ଧି ପାଇବ ବୋଲି ଆଶା ପ୍ରକାଶ କରିଛନ୍ତି ବିଶେଷଜ୍ଞ।

Leave A Reply

Your email address will not be published.

error: Content is protected !!